ନିଆରା ପୁଜା

0 885

ଭୁବନେଶ୍ୱର,୧୦/୧୧-ବାରଙ୍ଗର ଐତିହାସିକ ଗଣପର୍ବ କାର୍ତିକେଶ୍ୱର ପୁଜାକୁ ମାତ୍ର ଅଳ୍ପଦିନ ବାକି ରହିଛି । ହେଲେ ଏବେ ଠାରୁ ଚଳଚଂଚଳ ହୋଇଉଠିଛି ବାରଙ୍ଗ ଅଂଚଳ । ୧୦୦ରୁ ଉର୍ଦ୍ଧ ପୁଜାମଣ୍ଡପରେ ପୁଜାପାଇବାକୁ ଯାଉଛନ୍ତି ପ୍ରଭୂ କାର୍ତିକେୟ ଓ ମା ନିଳେଦ୍ରୀ ।ପ୍ରାୟ ସବୁ ପୁଜା ମଣ୍ଡପ ଗୁଡିକରେ ସୁସଜ୍ଜିତ ରଙ୍ଗବେରଙ୍ଗର ଆଲୋକମାଳା ଓ ଉଚ୍ଚ ତୋରଣ ପ୍ରତି ଗୁରୁତ୍ୱ ଦିଆଯାଇଛି ।କେତେକ ପୁଜାମଣ୍ଡପ ଗୁଡିକରେ ମୁର୍ତୀର ନିର୍ମାଣ ଶୈ÷ଳୀକୁ ଆକର୍ଷଣୀୟ କରିବାପାଇଁ ମଧ୍ୟ ଉଦ୍ୟମ ହେଉଥିବାର ଦେଖିବାକୁ ମିଳିଛି । ଦାଢାପାଟଣା ଗ୍ରାମରେ ସବୁଠାରୁ ଅଧିକ ପୁଜାମଣ୍ଡପ ହୋଇଥିବାବେଲେ ତାପଛରେ ରହିଛି ଫୁଲପୋଖରୀ ଗ୍ରାମ । ଅନ୍ୟସବୁ ଗ୍ରାମଗୁଡିକରେ ଗୋଟିଏ ଗୋଟିଏ ପୁଜାମଣ୍ଡପ କରାଯାଇଛି । ପ୍ରତିଦିନ ସନ୍ଧ୍ୟାରେ ବିଭିର୍ଣ ପୁଜାମଣ୍ଡପରେ ଭିନ୍ନଭିନ୍ନ ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅୟୋଜନ କରାଯାଇଛି । ତେବେ ପୁଜାର ଅନ୍ୟ ଆକର୍ଷଣ ଭଷାଣିସ୍ବ ହୋଇଥିବାରୁ ଏହାକୁ ଅଧିକ ଅକର୍ଷଣୀୟ କରିବାକୁ ଏକପ୍ରକାର ପ୍ରତିଯୋଗୀତା ଆରମ୍ଭ ହୋଇଥିବାର ଦେଖିବାକୁ ମିଳିଛି ।ଚଳିତବର୍ଷ ରବିବାରଦିନ ହେବାକୁ ଥିବା ଭଷାଣିଉସ୍ବରେ ଆଧୁନିକ ବାଦ୍ୟ ପରିବର୍ତେ ରାଜ୍ୟର ବିଭିର୍ଣଆଡୁ ପୋରାଣିକ ବାଦ୍ୟ ସହ ଆଲୋକ ସାଜସଜ୍ଜାପ୍ରତି ପୁଜାକମିଟିର କର୍ମକର୍ତାମାନେ ଗୁରୁତ୍ୱ ଦେଇଛନ୍ତି ।କାର୍ତିକପୁର୍ଣମାଠାରୁ ପୁଜାରମ୍ଭ ହେବାକୁ ଥିବାବେଳେ କେତେକ ପୁଜାମଣ୍ଡପରେ ନିଆରାଭାବେ ପଂଚୁକଠାରୁ ପୁଜାଆରମ୍ଭ କରିଥିବାର ଦେଖିବାକୁ ମିଳିଛି ।ଏହି ଭାଇଚାରାର ପର୍ବକୁ ଶାନ୍ତିଶଂଙ୍ଖଳାର ସହ ସମ୍ପନ୍ନକରିବାରେ ଅଂଚଳବାସୀ ସହଯୋଗ କରିବାକୁ ବାରଙ୍ଗଆଂଚଳିକ ଶାନ୍ତିକମିଟିର ସମ୍ପାଦକ ସୁରେଶମହାନ୍ତି ନିବେଦନ କରିଛନ୍ତି ।

Leave A Reply

Your email address will not be published.