ନନ୍ଦନକାନନରେ ପର୍ଯ୍ୟଟକଙ୍କୁ ଦୁବ୍ୟହାର ଅଭିଯୋଗ

ଗେଟ ସଂମୁଖରେ ଘଂଟାଏବସିଲେ ଛତିଶଗଡ଼ ପର୍ଯ୍ୟଟକ

ବାରଙ୍ଗ,୬।୪(ଏସଏସନିଉଜ) ନନ୍ଦନକାନନ ବୁଲିବାକୁ ଆସିଥିବା ଛତିଶଗଡ଼ପର୍ଯ୍ୟଟକଙ୍କୁ ଟିକେଟଯାଞ୍ଚ ଫାଟକ ପାଖରେ ଦୁବ୍ୟହାର କରାଯାଇଥିବାର ଅଭିଯୋଗ କରି ପର୍ଯ୍ୟଟକମାନେ ଦୀର୍ଘ ୧ଘଣ୍ଟାକାଳ ପ୍ରତିବାଦ କରିଥିଲେ।ପର୍ଯ୍ୟଟକମାନେ ପ୍ରବେଶପଥ ପାଖରେ ବସିରହି ରାଜ୍ୟ ସରକାର,ରାଜ୍ୟ ପୋଲିସ ଓ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ ସ୍ଲୋଗାନମାନ ଦେଇ ଚାଲିଥିଲେ।ଯାହାଫଳରେ ନନ୍ଦନକାନନ ମଧ୍ୟକୁ ଆଉ ପର୍ଯ୍ୟଟକମାନେ ବୁଲିବାକୁ ଯାଇପାରିନଥିଲେ। ଖବର ପାଇ ନନ୍ଦନକାନନର ଦୁଇ ଏସିଏଫ ଆସି ଉତ୍ୟକ୍ତ ପର୍ଯ୍ୟଟକଙ୍କୁ ବୁଝାଇଥିଲେ ମଧ୍ୟ ସେମାନେ ଶୁଣିନଥିଲେ।ପରେ ନନ୍ଦନ କାନନଥାନା ପୋଲିସ ଆସି ବୁଝାସୁଜା କରିବାପରେ ପରିସ୍ଥିତି ଶାନ୍ତ ପଡିବାସହ ପର‌୍ୟ୍ୟଟକ ମାନେ ଅସନ୍ତୋଷ ବ୍ୟକ୍ତକରି ନନ୍ଦନକାନନ ମଧ୍ୟକୁ ବୁଲିବାକୁ ଯାଇଥିଲେ।
ପ୍ରକାସ ଯେ,ଗୁରୁବାର ଅପରାହ୍ନ ସାଢେ ୩ଟାରେ ଛତିଶଗଡ଼ରୁ ୨୦୦ଜଣପର୍ଯ୍ୟଟକ ଟିକେଟ କାଟି ନନ୍ଦନକାନନ ବୁଲିବାକୁ ଆସିଥିଲେ ।ଟିକେଟଯାଞ୍ଚ ଫାଟକ ପାଖରେ ପର୍ଯ୍ୟଟକମାନଙ୍କ ମଧ୍ୟରୁ ଜଣେ ସମସ୍ତଙ୍କ ଟିକେଟ ଦେଖାଇ ଛାଡିବାକୁ କହିଥିଲେ।ଯାଞ୍ଚଫାଟକପାଖରେ ଥିବା ସୁରକ୍ଷାବିଭାଗ ଓ ରାଜସ୍ୱ ବିଭାଗର କର୍ମଚାରୀମାନେ ଏହାକୁ ବିରୋଧ କରି ସମସ୍ତେ ହାତରେ ଟିକେଟ ଧରି ଯିବାକୁ ପରାମର୍ଶ ଦେଇଥିଲେ।ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା। ଡେରିରେ ଆସିଥିବାରୁ ସବୁବୁଲି ହେବନାହିଁ ବୋଲି ଦର୍ଶାଇବାସହଟିକେଟ କରିଥିବାରୁ ଟିକେଟ ଯାଞ୍ଚକରି ସମସ୍ତଙ୍କୁ ଏକକାଳୀନ ଛାଡିବାକୁ ପର୍ଯ୍ୟଟକମାନେ କହିଥିଲେ।ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ବଢିଥିଲା।ପର୍ଯ୍ୟଟକମାନେ ଯିବାକୁ ଜିଦ ଧରିବାରୁ ରାଜସ୍ୱ ବିଭାଗର ଜଣେ କର୍ମଚାରୀ ହାତଧରି ଟାଣିଆଣିଥିଲା।ସୁରକ୍ଷା ଓ ରାଜସ୍ୱ ବିଭାଗ କର୍ମଚାରୀଙ୍କ ବ୍ୟବହାରରେ ଅସନ୍ତୁଷ୍ଟ ଦର୍ଶାଇ ଉତ୍ୟକ୍ତ ପର୍ଯ୍ୟଟକ ମାନେ ପ୍ରବେଶଫାଟକ ପାଖରେ ବସିରହିଥିଲେ।ଯାହାଫଳରେ ଆଉ କୌଣସି ପର୍ଯ୍ୟଟକ ନନ୍ଦନକାନନ ଭିତରକୁ ଯାଇପାରି ନଥିଲେ।ନନ୍ଦନକାନନର ପରିଚାଳନା ଗତ ତ୍ରୁଟିଦର୍ଶାଇ ଓ ପର୍ଯ୍ୟଟକ ମାନଙ୍କୁ ଦୁବ୍ୟବହାର କରାଯାଇ ଥିବାର ପ୍ରତିବାଦରେ ଉତ୍ୟକ୍ତ ପର୍ଯ୍ୟଟକମାନେ ନବୀନ ପଟନାୟକ ହାଏ ହାଏ,ରାଜ୍ୟ ପୋଲିସ ହାଏ ହାଏ, ନନ୍ଦନକାନନ କୃତପକ୍ଷ ହାଏ ହାଏ ଆଦି ସ୍ଲୋଗାନମାନ ଦେଇଚାଲିଲେ।ଖବର ପାଇ ନନ୍ଦନକାନନର ଦୁଇଜଣ ଏସିଏଫ ଘଟଣାସ୍ଥଳକୁ ଆସି ଉତ୍ୟକ୍ତ ପର୍ଯ୍ୟଟକମାନଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ସେମାନେ ଏହି ଅଧିକାରୀଙ୍କ କଥାକୁ ଗୁରୁତ୍ୱ ଦେଇନଥିଲେ।ପରେ ଖବରପାଇ ନନ୍ଦନକାନନଥାନାପୋଲିସ ଘଟଣାସ୍ଥଳରେ ପହଂଚି ଉତ୍ୟକ୍ତ ପର୍ଯ୍ୟଟକଙ୍କୁ ବୁଝାସୁଜା କରି ନନ୍ଦନକାନନ ବୁଲିବାକୁ ଛାଡି ଥିଲେ।ଘରକୁ ଫେରିବାପରେ ନ୍ୟାୟପାଇଁ ଦାବି କରିବୁ ବୋଲି ପର୍ଯ୍ୟଟକମାନେକହି ନନ୍ଦନକାନନ ଅଶାନ୍ତିରେ ବୁଲିବାକୁ ଯାଇଥିବାର ଦେଖିବାକୁ ମିଳିଥିଲା।

 

- Advertisement -

Leave A Reply

Your email address will not be published.