ନନ୍ଦନକାନନରେ ସିମ୍ପାଜି କୁଇନ ମୃତ୍ୟୁ

0 174

ବାରଙ୍ଗ,୨୨/୮(ଏସଏସନିଉଜ)ନନ୍ଦନକାନନ ପ୍ରାଣୀଉଦ୍ୟାନ ଗୈାରବ ଆଣିଦେଇଥିବା ୬୦ନମ୍ବର ଏନକ୍ଲୋଜରରେ ରହୁଥିବା ୮ମାସର ସିମ୍ପାଜି ଛୁଆ କୁଇନ ସୋମବାର ସକାଳେ ମୃତ୍ୟୁବରଣ କରିଛି । କୁଇନ କିଛିଦିନ ହେବ ବାତଜ୍ବର ରୋଗରେ ପିଡୀତ ହୋଇ ବନ୍ୟପ୍ରାଣୀ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲା।ଚଳିତ ମାସରୁ କୁଇନ ଠିକ୍ ଭାବରେ ଚଲାବୁଲା କରିପାରୁନଥିଲା।ଫଳରେ ପର୍ୟ୍ୟଟକମାନେ କୁଇନକୁ ଦେଖିବାରୁ ବଞ୍ଚିତ ହେଉଥିଲେ।ଧିରେଧିରେ କୁଇନ ଖାଇବା କମାଇ ଦେବାରୁ ଶ୍ବାସ କ୍ରିୟାରେ ଅସୁବିଧା ହେବାରୁ ଅମ୍ଲଜାନ ଲଗାଯାଇଥିଲା।ଫଳରେ ସେ ରୁଗଣ ହୋଇପଡିଥିଲା।ଗତ ବୁଧବାରଠାରୁ ବୈଷୟିକ ଓ ସ୍ବାସ୍ଥ୍ୟ କମିଟିର ପରାମର୍ଶ ଅନୁସାରେ ସିମ୍ପାଜି କୁଇନର ଚିକିତ୍ସା କରାଯାଇଥିଲା।ଗତ ଶନିବାରଠାରୁ ସେ ସମ୍ପୂଣ୍ଣ ଖାଦ୍ୟ ଛାଡିଦେଇଥିଲା।ନିମୋନିଆ ରୋଗରେ ପିଡୀତ ଥିବାରୁ ତାର ମୃତ୍ୟୁ ହୋଇଥିବା ଶବବ୍ୟବଛେଦ ରିପୋଟରୁ ଜଣାପଡିଛି ବୋଲି କର୍ତ୍ତୁପକ୍ଷ କହିଛନ୍ତି।କୁଇନର ମୃତ୍ୟୁ ପରେ ସିମ୍ପାଜି ସଂଖ୍ୟା ୭କୁ ହ୍ରାସପାଇଛି। ।୨୦୨୧ଡିସେମ୍ବର ୨୮ରେ ଅଣ୍ଡିରା ସିମ୍ପାଜି କୁଲୁ ସହ ମାଈ ସିମ୍ପାଜି ରାଖିର ମିଳନରୁ କୁଇନ ଜନ୍ମ ହୋଇଥିଲା।ନନ୍ଦନକାନନ ପାଇଁ ଗର୍ବ ଆଣିଥିବା ୮ମାସର ସିମ୍ପାଜି କୁଇନର ମୃତ୍ୟୁ ଖବର ପ୍ରଚାରିତ ହେବାପରେ ପଶୁପ୍ରେମୀ ଓ ନନ୍ଦନକାନନ କର୍ମଚାରୀଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି।

 

Leave A Reply

Your email address will not be published.