ଡକାୟତି ଘଟଣାରେ ଆଉ ୩ ଗିରଫ

୫ଲକ୍ଷ ଟଙ୍କା ଓ ୧୬୦ ଗ୍ରାମର ସୁନା ଅଳଙ୍କାର ଜବତ

0 199

ବାରଙ୍ଗ,୨୨/୮(ଏସଏସନିଉଜ)ଗତ ଜୁନ୨୫ତାରିଖ ରାତିରେ ଚନ୍ଦକାଥାନା ଅର୍ନ୍ତଗତ ମେଣ୍ଢାଶାଳହରିପୁର ଗାଁର ଜଣେ ଅବସରପ୍ରାପ୍ତ କିରାଣୀଙ୍କ ଘରୁ ହୋଇଥିବା ଡକାୟତି ଘଟଣାର ପୋଲିସ ୩ଜଣଙ୍କୁ ଗିରଫ କରି ସୋମବାରଦିନ କୋର୍ଟଚାଳଣ କରିଛି ।ସେମାନେ ହେଲେ ବାଙ୍କିଥାନା ଅର୍ନ୍ତଗତ ପାଥପୁର ଗାଁର ବିଜୟସାହୁ ,ଆସ୍କାଥାନା ଅଧିନସ୍ଥ ସୁନାପାଲିର ଦୁଃଖିଶ୍ୟାମ ନାୟକ(ମୁଷା), ଜଟଣୀ ଥାନା ଅଧିନସ୍ଥ ବାଲିଛକ ମୁଣ୍ଡାସାହିର ସାୟଦ୍ ଫୟଜ ।ସେମାନଙ୍କଠାରୁ ପୋଲିସ ନଗଦ ୫ଲକ୍ଷ ଟଙ୍କା ଓ ୭.୫ଲକ୍ଷ ଟଙ୍କାମୁଲ୍ୟର ୧୬୦ ଗ୍ରାମର ସୁନା ଅଳଙ୍କାର ଜବତ କରିଛି ।
ପ୍ରକାସ ଯେ,ଜୁନ୨୫ତାରିଖ ରାତିରେ ଅବସରପ୍ରାପ୍ତ କିରାଣୀଙ୍କ ଘର ଝତକା ଗ୍ରିଲ ଭାଙ୍ଗି ଘରଭିତରୁ ସୁନା ଓ ରୂପାର ଅଳଙ୍କାର, ୧୦,୫୦,୦୦୦/- ଟଙ୍କା, ପୁରୁଣା ବିଦେଶୀ ମୁଦ୍ରା ଏବଂ ଅନ୍ୟାନ୍ୟ ମୁଲ୍ୟବାନ ସାମଗ୍ରୀ ଚୋରୀ କରି ନେଇଥିବାର ଅଭିଯୋଗ ହୋଇଥିଲା ।ପୋଲିସ ୧୪୯/୨୨କେଶନଂରେ ଏକ ମକଦ୍ଦମା ରୁଜୁକରି ତଦନ୍ତ ଆରମ୍ଭ କରିଥିଲା ।ତଦନ୍ତ ସମୟରେ ଚୂନିଆ, ବାପି ଏବଂ ସୁଦର୍ଶନ ତାଙ୍କର ଅନ୍ୟ ୪ ଜଣ ସହଯୋଗୀଙ୍କ ସହିତ ମିଳିତ ଭାବେ କିରାଣିଙ୍କ ଘରୁ ଚୋରୀକରିଥିବାର ଜାଣିବାକୁ ପାଇଥିଲେ ।ଗତମାସ ୨୯ତାରିଖରେ ପୋଲିସ ଏହି ଘଟଣାରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ନଗଦ୫.୭ଲକ୍ଷ ଟଙ୍କା, ୧୪୮ ଗ୍ରାମର ସୁନା ଅଳଙ୍କାର, ଗୋଟିଏ ଅଟୋ ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରି କୋର୍ଟ ଚାଲାଣ କରିଥିଲେ।ତଦନ୍ତ ସମୟରେ କୋର୍ଟଚାଳଣ ହୋଇଥିବା ଅଭିଯୁକ୍ତ ଚୂନିଆ ଓ ବାପିର ତଦନ୍ତରୁ ମିଳିଥିବା ତଥ୍ୟ ଆଧାରରେ ଗତ କାଲି ସ୍ପେଶାଲ ସ୍କ୍ୱାର୍ଡ ଏବଂ ଚନ୍ଦକା ଥାନାର ମିଳିତ ଉଦ୍ୟମରେ ଚଢାଉ କରାଯାଇ ଡକାୟତି ଘଟଣାରେ ସମ୍ପୃକ୍ତ ଥିବା ବିଜୟସାହୁଙ୍କ ସହିତ ଚୋରୀ ସାମଗ୍ରୀକୁ କିଣୁଥିବା ଦୁଃଖିଶ୍ୟାମ ଓ ସାୟଦଙ୍କୁ ଗିରଫ କରାଯାଇ ସେମାନଙ୍କ ଠାରୁ ନଗଦ ୫ଲକ୍ଷ ଟଙ୍କା ,୭.୫ଲକ୍ଷ ଟଙ୍କାମୁଲ୍ୟର ୧୬୦ ଗ୍ରାମର ସୁନା ଅଳଙ୍କାର ଜବତ କରିଛି ।ଏମାନେ ଅଭ୍ୟାସଗତ ଅପରାଧି ଓ ଭୁବନେଶ୍ୱର ତଥା ରାଜ୍ୟର ଅନ୍ୟ ଜିଲ୍ଲା ମାନଙ୍କରେ ଏହି ପରି ଅପରାଧରେ ସମ୍ପୃକ୍ତ ଅଛନ୍ତି। ଏମାନେ ଭୁବନେଶ୍ୱର ସହରାଞ୍ଚଳ ଜିଲ୍ଲା ଥାନା ମାନଙ୍କରେ ସମୁଦାୟ ୧୧ ଟି ମାମଲାରେ ସମ୍ପୃକ୍ତ ଥିବାର ପୋଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି ।ସେମାନଙ୍କୁ ପୋଲିସ ସୋମବାରଦିନ କୋର୍ଟଚାଳଣ କରିଛି ।

 

Leave A Reply

Your email address will not be published.