ତାରଜାଲି ଭାଙ୍ଗି ପଶିଲା ଜଙ୍ଗଲୀ ହାତୀ

0 195

ବାରଙ୍ଗ୨୨/୮(ଏସଏସନିଉଜ) ଖାଦ୍ୟ ଅନ୍ବେଷଣରେ ଚନ୍ଦକା ଅଭୟାରଣ୍ୟର ଜଙ୍ଗଲୀ ହାତୀଙ୍କ ଦ୍ବାରା ବାରମ୍ବାର ନନ୍ଦନକାନନ ପ୍ରାଣୀଉଦ୍ୟାନ ସୁରକ୍ଷା ତାରଜାଲି ଭାଙ୍ଗି ପଶିବା ଘଟଣା ଏବେ ନନ୍ଦନକାନନ ପାଇଁ ବିପଦ ସୃଷ୍ଟି କରିଛି । ଗତ କିଛି ମାସର ବ୍ୟବଧାନ ପରେ ପୁଣି ରବିବାର ରାତିରେ ନନ୍ଦନକାନନ ପ୍ରାଣୀଉଦ୍ୟାନ ପରିସରରେ ଚନ୍ଦକା ଜଙ୍ଗଲରୁ ଖାଦ୍ୟ ଅନ୍ବେଷଣରେ ଆସି ହାତୀଟି ନନ୍ଦନକାନନ ପଛପଟ ଦକ୍ଷିଣ-ପଶ୍ଚିମ ପଟ ସୁରକ୍ଷା ତାରଜାଲି ଭାଙ୍ଗି ସେହି ବାଟଦେଇ ଭିତରକୁ ପ୍ରବେଶ କରିଥିଲା। ପରିସରରେ ଏଣେତେଣେ ବୁଲିବା ସହିତ ହମିରାଟାଙ୍ଗିକୁ ବୁଲିଥିଲା।ତେବେ ସିଂହ ସଫାରୀ ଅଳିଆ ଗଦା ପଟେ ବୁଲାବୁଲି କରିବା ସହ ସିଂହ ସଫାରୀ ସୁରକ୍ଷା ତାରଜାଲିର କୈାଣସି କ୍ଷତି କରିନଥିବାର ସୋମବାର ସକାଳେ ଜଣାପଡିଥିଲା ।ସକାଳ ହୋଇ ଯିବାରୁ ହାତୀଟି ବାହାରି ନ ପାରି ହମିରାଟାଙ୍ଗିରେ ରହିଛି। କର୍ତ୍ତୁପକ୍ଷଙ୍କ ନିର୍ଦେଶକ୍ରମେ ସୋମବାର ଦିନ ନନ୍ଦନକାନନ ସିକୁରିଟିରେଞର ଜି.ଏଫ୍ ଖାଁଙ୍କ ନେତୃତ୍ବରେ ଏକଟିମ ହମିରାଟାଙ୍ଗି ଯାଇ ହାତୀଟିକୁ ଠାବ କରିବା ସହ ସୁରକ୍ଷା ତାରଜାଲି ଭାଙ୍ଗିଥିବା ସ୍ଥାନ ଅନୁଧ୍ୟାନ କରିଛନ୍ତି।ହାତୀଟି କିପରି ଚନ୍ଦକା ଜଙ୍ଗଲକୁ ଯିବ ସେ ନେଇ ପ୍ରାଣୀଉଦ୍ୟାନ କର୍ତ୍ତୁପକ୍ଷ ଉଦ୍ୟମ ଜାରି ରଖିଥିବାର ଜଣାପଡିଛି ।

Leave A Reply

Your email address will not be published.