ଆଜିର ରାଶିଫଳ

0 413

କାଳୀୟଦଳନ ଏକାଦଶୀ ,୨୦୨୨ ମସିହା ଅଗଷ୍ଟ ମାସ ୨୩ ତାରିଖ (ମଙ୍ଗଳବାର)ଭାଦ୍ରବ ମାସ -କୃଷ୍ଣ ପକ୍ଷ ,ତିଥି-ଏକାଦଶୀ ମଳ ପ୍ରାତଃ ଘ୫/୩୬ ପର୍ଯ୍ୟନ୍ତ ତଦନ୍ତେ ଦ୍ୱାଦଶୀ ,ସୁର୍ୟୋଦୟ ପ୍ରାତଃ ଘ୦୫/୩୨/୧୪ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୫/୪୮ ,ମକର ରାଶିର ଘାତବାର ,କନ୍ୟା ରାଶିର ଘାତଚନ୍ଦ୍ର ,ଦ୍ୱାଦଶୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ପୋଇଶାଗ ଭକ୍ଷଣ ନିଷେଧ ।
ମେଷ-ଆଜି ଦିନଟି ମଧ୍ୟମ ଧରଣର ରହିବ । ପରିବାରର ସଦସ୍ୟଙ୍କ ସଙ୍ଗେ ଯୁକ୍ତିତର୍କ ଓ ଝଗଡା ନିଶ୍ଚିତ ହେବ । ଏପରି ଛୋଟ କଥାରେ କଳି ଦ୍ୱାରା ଆପଣଙ୍କ ମାନସିକ ଅସ୍ଥିରତା ବୃଦ୍ଧି ପାଇବ । ବାହ୍ୟ ଆଡମ୍ଵର ଦେଖାଇ ଅଯଥା ଖର୍ଚ୍ଚ କରନ୍ତୁ ନାହିଁ ।
ବୃଷ-ଆଜି ଦିନଟିର ପ୍ରଥମ ଭାଗରେ ଶୁଭଫଳ ପ୍ରଦାନ କରିବ । ଆପଣଙ୍କ ବୁଦ୍ଧିମତା ଆପଣଙ୍କୁ ନିଜ କର୍ମରେ ଅଜେୟ ପ୍ରତିଦ୍ୱନ୍ଦୀ ଭାବରେ ପ୍ରତିଷ୍ଠିତ କରାଇବ । ଏପରିକି ସାମାଜିକ ଜୀବନରେ ଉଚ୍ଚ ପ୍ରତିଷ୍ଠାର ଅଧିକାରୀ ହୋଇପାରିବେ । ମଧ୍ୟାହ୍ନ ପରେ ପରିସ୍ଥିତି ଭିନ୍ନ ହୋଇପାରେ ।
ମିଥୁନ-ଆପଣ ନିଜ ମନକୁ ଶାନ୍ତ ରଖନ୍ତୁ । ଆପଣ ନିଜର ଖର୍ଚ୍ଚର ସମୀକ୍ଷା କରନ୍ତୁ । ଛାତ୍ରଛାତ୍ରୀଙ୍କ ନିମନ୍ତେ ଆଜି ଦିନଟି ଶୁଭଦାୟକ। ସନ୍ଧ୍ୟାରେ କିଛି ଭଲ ଖବର ପାଇବେ ।
କର୍କଟ-ବାହାରକୁ ଯିବା କିମ୍ୱା ପିକ୍‌ନିକ୍‌ରେ ଯିବା ଆପଣଙ୍କ ପାଇଁ ଦିନ ଭଲ ଆଡକୁ ନେଇପାରେ । ଦିନର ଦ୍ୱିତୀୟ ଭାଗରେ ପରିସ୍ଥିତିରେ ପରିବର୍ତ୍ତନ ଆଣିବ । ଆପଣ ଅତି ଭାବପ୍ରବଣ ହୋଇ ପଡିବେ କିନ୍ତୁ ସେଥିରେ ବହୁ ଭାବରେ ପ୍ରଭାବିତ ହେବେ ନାହିଁ।
ସିଂହ-କୌଣସି ଗୁରୁତ୍ୱପୁର୍ଣ୍ଣ ନିଷ୍ପତ୍ତି ଆଜି ନିଅନ୍ତୁ ନାହିଁ । କିଛି କହିବା ପୁର୍ବରୁ ଦୁଇଥର ଭାବନ୍ତୁ । କାହା ସହିତ ବିଶେଷ ଭାବରେ ସଂପର୍କୀୟ ଏବଂ ପଡୋଶୀଙ୍କ ସହିତ ଯୁକ୍ତିତର୍କ କରନ୍ତୁ ନାହିଁ । ସଡକ ଦୁର୍ଘଟଣାର ସମ୍ଭାବନା ରହିଛି । ସାବଧାନ ରୁହନ୍ତୁ।
କନ୍ୟା-ଏହି ଦିନ ଆପଣଙ୍କ ପାଇଁ ମଧ୍ୟମ ଭାବରେ ଆରାମଦାୟକ ହେବ । ଆପଣ ମାନସିକ ଏବଂ ଶାରିରୀକ ଭାବରେ ଶାନ୍ତ ରହିବେ । ବ୍ୟକ୍ତିଗତ ଏବଂ ପେଶାଗତ ଦୃଷ୍ଟିକୋଣରୁ ଅନୁକୂଳ ରହିବ । ତେବେ ଆପଣ କେତେକ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ।
ତୁଳା-ଆପଣଙ୍କ ପାଇଁ ଏକ ଉଜ୍ଜ୍ୱଳ ଏବଂ ସୁନ୍ଦର ଦିନ ଅପେକ୍ଷାରେ ରହିଛି । ଆପଣ ଙ୍କ ଘରକୁ ଅଧିକ ସୁନ୍ଦର, ଆକର୍ଷଣୀୟ କରିବା ପାଇଁ ଆପଣ ସକ୍ରିୟ ଭାବରେ ସଂପୃକ୍ତ ଅଛନ୍ତି । କାର୍ଯ୍ୟରେ ବରିଷ୍ଠ ଅଫିସର ଆପଣଙ୍କୁ ଆର୍ଥିକ ଲାଭ ଦେଇପାରନ୍ତି
ବିଛା-ଏହି ରାଶି ଆଜି ପାଇଁ ଭାଗ୍ୟଶାଳୀ ରହିବ । ଧର୍ମ ଯାତ୍ରା ଏବଂ ଆର୍ଥିକ ଲାଭ ଆପଣଙ୍କୁ ଦିନସାରା ପ୍ରାପ୍ତ ହେବ । ଆପଣଙ୍କ ଉତ୍ତମ ସ୍ୱାସ୍ଥ୍ୟ ଏବଂ ଶାନ୍ତ ମନ ଆପଣଙ୍କ ପାଇଁ ଆଶ୍ଚର୍ଯ୍ୟଜନକ ଉପକାର ଆଣିବ।
ଧନୁ-ଆଜିର ସକାଳ ସବୁଦିନ ଭଳି ଆପଣଙ୍କ ପାଇଁ ଆନନ୍ଦମୟ ହେବ ନାହିଁ । ଆପଣଙ୍କର ଅସୁସ୍ଥତା ଏବଂ ସମ୍ବେଦନଶୀଳ ମନ ଆପଣଙ୍କୁ ହତାତର ଅନୁଭବ ଦେବ । ଗୀତ ଶୁଣି ମନ ଆନନ୍ଦ କରନ୍ତୁ । ସେହି ଖରାପ ଏବଂ ହତାସ ଭାବନା ଦୁରେଇ ଦେବା ପାଇଁ ଏହା ହେଉଛି ଏକ ଭଲ ପ୍ରତିକାର।
ମକର-ଦିନଟି ଶୁଭଙ୍କର। ଆଜି ଦିନ ଆପଣ ପରିବାର, ପ୍ରିୟଜନ କିମ୍ୱା ବନ୍ଧୁଙ୍କ ସହିତ ବାହାରକୁ ଯିବା ସହିତ ଆରମ୍ଭ କରିପାରନ୍ତି । ଖର୍ଚ୍ଚ ପ୍ରତି ଧ୍ୟାନ ଦିଅନ୍ତୁ । ଆର୍ଥିକ ସମସ୍ୟା ରହିପାରେ ।
କୁମ୍ଭ-ଆଜି ର ଦିନ ଆପଣଙ୍କ ପାଇଁ ସ୍ୱାସ୍ଥ୍ୟ, ସମ୍ପଦ ଏବଂ ଖୁସୀ ଆଣିଦେବ । ଆପଣ ଆଜି ଅନ୍ତ୍ୟନ୍ତ ସୁନ୍ଦର ଦେଖାଯିବା ପାଇଁ ଚେଷ୍ଟା କରିପାରନ୍ତି ଏବଂ ଆପଣଙ୍କ ଇଚ୍ଛାରେ ପୋଷାକ ଏବଂ ଅନ୍ୟ ଆନୁସଙ୍ଗିକ ଜିନିଷ କ୍ରୟ କରିବାରେ ଖର୍ଚ୍ଚ କରିପାରନ୍ତି ।
ମୀନ-ମୀନ ରାଶି ପାଇଁ ଏହି ଦିନ ମଧ୍ୟମ ଧରଣର ରହିବ । ବହୁ ସାଂସ୍କୃତିକ ଆକର୍ଷଣରୁ ଦୁରରେ ରହିବା ପାଇଁ ଆପଣଙ୍କୁ ପରାମର୍ଶ ଦିଆହେଇଛି, ଯାହାକି ଆପଣଙ୍କ ମନକୁ ଟାଣିପାରେ । ବୌଦ୍ଧିକ ଆଲୋଚନାରୁ ଦୂରରେ ରହନ୍ତୁ ଯେହେତୁ ଏହା ଯୁକ୍ତିତର୍କରେ ପରିଣତ ହୋଇପାରେ ।
ନିତୀବାଣୀ-ସୁଖରେ ରହିବାର ଦୁଇଟି ଉପାୟ।ପରିସ୍ଥିତିକୁ ବଦଳେଇ ଦିଅ,ନଚେତ୍ ପରିସ୍ଥିତିକୁ ଦେଖି ନିଜକୁ ବଦଳେଇ ଦିଅ।
ବାସ୍ତୁ ଟିପ୍ପଣୀ
ଘରେ ଅଯଥା ଖର୍ଚ୍ଚ ହେଉଥିଲେ କଣ କରିବେ ? ପଢନ୍ତୁ ଆଜିର ୨୩ ବାସ୍ତୁ ଟିପ୍ସ
୧–ମଳିନ ପଡିଯାଇଥିବା ଆଇନା କିମ୍ବା ଭାଙ୍ଗିଯାଇଥିବା ଆଇନା ଘରେ ରଖିବା ଉଚିତ ନୁହେଁ ଏହା ଦ୍ଵାରା ଅଶୁଭ ହୋଇଥାଏ ।
୨–ଘର ଦିନ ବାରଟା ପୂର୍ବରୁ ପୋଛା ମାରିବା ଉଚିତ ଏବଂ ଗୁରୁବାର ଦିନ ଘର କେବେ ପୋଛା ମାରିବା ଉଚିତ ନୁହେଁ ଏହା ଅଶୁଭ ହୋଇଥାଏ ।
୩ –ଘରର ଐଶାନ୍ୟ କୋଣରେ ଠାକୁର ଘର କରିବା ଉଚିତ ଏବଂ ଏକ କାଚ ପାତ୍ରରେ ଗୋଟା ଅରୁଆ ଚାଉଳ ରଖିଲେ ଶୁଭ ହୋଇଥାଏ ।
୪–ଘରେ ଯଦି କୌଣସି ପୂଜା ହୋଇଥାଏ ତେବେ ପୂଜା ସାରିବା ପରେ ପୂଜା ହୋଇଥିବା କଳସର ପାଣିକୁ ଘରେ ଛିଞ୍ଚିଲେ ମଙ୍ଗଳ ହୋଇଥାଏ ।
୫–ସନ୍ଧ୍ୟାବେଳେ ଦୀପ ଜାଳିଲା ବେଳେ ଦୁଇଟି ଦୀପ ଲାଗିବା ଉଚିତ ଗୋଟିଏ ତେଲର ଦୀପ ଏବଂ ଆଉ ଗୋଟିଏ ଘିଅ ଦୀପ ଏହା ଶୁଭ ହୋଇଥାଏ ।
୬–ଘରେ ଅଯଥା ଖର୍ଚ ହେଉଥିଲେ ଗୋଟିଏ ତମ୍ଭା ପଇସା ଓ ହଳଦିଆ ରଙ୍ଗର କଉଡି ନେଇ ଲାଲ କପଡାରେ ବାନ୍ଧି ଠାକୁର ଘରେ ରଖିବାଉଚିତ ।
୭ – ଠାକୁର ଘରେ ଦୀପ ଜାଳିଲା ବେଳେ ଦୀପରୁ ଦୀପ ଲଗାଇବା ଉଚିତ ନୁହେଁ କି ଦୀପରୁ ଧୂପ କାଠି ଜଳାଇବା ଉଚିତ ନୁହେଁ ଏହା ଅଶୁଭ ହୋଇଥାଏ ।
୮–ସ୍ତ୍ରୀ ଲୋକ ଘରର ଦୁଆର ମୁହଁକୁ ଲାଗିକରି ଖାଇବା ଉଚିତ ନୁହେଁ କାରଣ ଏହା ଦରିଦ୍ରତା ବୃଦ୍ଧି ହବାର କାରଣ ହୋଇଥାଏ ।
୯–ଠାକୁର ଘରେ କାଳୀ ,ଶନି, ଭୈରବ ଓ ନଟରାଜଙ୍କ ଫଟ ବା ମୂର୍ତି ରଖିବା ଉଚିତ ନୁହେଁ ।
୧୦–ରୁଟି କରି ସାରିବା ପରେ ରୁଟି କେବେ ଗଣିବା ଉଚିତ ନୁହେଁ ଏବଂ ହଟକେସ କେବେ ଖାଲି ରଖିବା ଉଚିତ ନୁହେଁ ଏହା ଅଶୁଭ ହୋଇଥାଏ ।
୧୧ –ବିବାହିତ ସ୍ତ୍ରୀ ଲୋକମାନେ ନିଜର କାଜଲ , ବିନ୍ଦି , ସିନ୍ଦୁର , ପାଉଁଜି ଓ ମେହେନ୍ଦି ଅନ୍ୟକୁ ପିନ୍ଧାଇ ବା ଉଚିତ ନୁହେଁ, ଏହା ଅଶୁଭ ହୋଇଥାଏ ।
୧୨–ତିନୋଟି ଗୁରୁବାର ଦିନ ପାଞ୍ଚ କିଲୋ ଅଟାରେ ଏକ କିଲୋ ଗୁଡ ମିଶାଇ ରୁଟି ତିଆରି କରି ଗାଇକୁ ଖୁଆଇଲେ ଦରିଦ୍ରତା ଦୂର ହୋଇଥାଏ ଏବଂ ଧନ ପ୍ରାପ୍ତି ହୋଇଥାଏ ।
୧୩ –ଶନିବାର ଦିନ କଳା କୁକୁରକୁ ରୁଟିରେ ସୋରିଷ ତେଲ ମାରି ଖୁଆଇଲେ ଧନ ଲାଭରେ ଆସୁଥିବା ବାଧା ବିଘ୍ନ ଦୂର ହୋଇଥାଏ
୧୪–ପ୍ରତି ଗୁରୁବାର ଦିନ ଓସ୍ତ ଗଛରେ ଜଳଦାନ କରିବା ଦ୍ଵାରା ଏବଂ ମଥାରେ କେଶର ତିଳକ ଲଗାଇବା ଦ୍ଵାରା ଧନ ପ୍ରାପ୍ତି ହୋଇଥାଏ ।
୧୫–ଘରର ମୁଖ୍ୟ ଦ୍ଵାରରେ ରଙ୍ଗୋଲି କରିବା ଦ୍ଵାରା ଏବଂ ଫୁଲରେ ସଜାଇବା ଦ୍ଵାରା ସକାରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ ଓ ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ ।
୧୬ –ଘରର ମୁଖ୍ୟଦ୍ଵାରରେ ସ୍ଵସ୍ତିକ ଚିହ୍ନ କିମ୍ବା ତ୍ରିଶୂଳ ଚିହ୍ନ ଲଗାଇବା ଦ୍ଵାରା ବହୁତ ଶୁଭ ହୋଇଥାଏ ଏବଂ ଘରେ ସୁଖ ସୌଭାଗ୍ୟ ବୃଦ୍ଧି ହୋଇଥାଏ ।
୧୭–ଘରର ମୁଖ୍ୟ ଦ୍ଵାର ସାମ୍ନାରେ ଜୋତା ଚପଲ ରଖିବା ଅନୁଚିତ । ଏହାଦ୍ଵାରା ଅଶୁଭତ୍ଵ ଦେଖା ଦେଇଥାଏ ।
୧୮–ଘର ପୋଛା ଲଗାଇବା ସମୟରେ ପାଣିରେ ଅଳ୍ପ ଲୁଣ ପକାଇ ପୋଛା ଲଗାଇବା ଦ୍ଵାରା ଶୁଭତ୍ଵ ବୃଦ୍ଧି ହୋଇଥାଏ ।
୧୯–ଘରେ ବେକାର ପଡିଥିବା ଜିନିଷ ରଖିବା ଉଚିତ ନୁହେଁ କିମ୍ବା ବନ୍ଦ ହୋଇ ପଡିଥିବା ବିଦ୍ଵତ ଉପକରଣ ରଖିବାଦ୍ଵାରା ନକରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ ।
୨୦–ଯଦି ଘରେ ଶୁକ୍ରବାର ଦିନ ଶ୍ରୀ ସ୍ତୋତ୍ର କିମ୍ବା ଲକ୍ଷ୍ମୀ ସ୍ତୋତ୍ର ପାଠ କରାଯାଏ ତେବେ ଗୃହରେ ଧନ ସମ୍ପତ୍ତି ବୃଦ୍ଧି ହୋଇଥାଏ ।
୨୧–ବାସ୍ତୁଶାସ୍ତ୍ର ଅନୁସାରେ ଶୁକ୍ରବାର ଦିନ ସକାଳୁ ଧଳା ବସ୍ତ୍ର ପିନ୍ଧି ଲକ୍ଷ୍ମୀଙ୍କୁ ପଦ୍ମଫୁଲ ଅର୍ପଣ କରିବାଦ୍ବାରା ଲକ୍ଷ୍ମୀଙ୍କ କୃପା ଲାଭ ହୋଇଥାଏ ।
୨୨–ଶୁକ୍ର ବାର ଦିନ ଗୋଟିଏ ପଦ୍ମ ଫୁଲ ଆଣି ଘରେ ପଇସା ରଖୁଥିବା ସ୍ଥାନରେ ରଖିବା ଉଚିତ ଏହାଦ୍ବାରା ଆର୍ଥିକ ସ୍ଥିତିରେ ସୁଧାର ଆସିଥାଏ ।
୨୩–ଅଷ୍ଟମୀ ଦିନ ସନ୍ଧ୍ୟା ସମୟରେ ଘରର ଐଶାନ୍ୟ କୋଣରେ ଘିଅ ଦୀପରେ କେଶର ପକାଇ ଜଳିବ ଦ୍ଵାରା ଧନ ପ୍ରାପ୍ତିର ଯୋଗ ସୃଷ୍ଟି ହୋଇଥାଏ ।ଆଜିର ଦିନଟି ମଙ୍ଗଳ ମୟ ହେଉ!!ଜୟ ଜଗନ୍ନାଥ,ଜୟ ସୋମନାଥ,ଜୟମା ଯୋଗମାୟା!!

Leave A Reply

Your email address will not be published.