ନରହନ୍ତା ଦନ୍ତା ଖାଉଛି ପାଚିଲାଧାନ,କରୁଛି ଆକ୍ରମଣ

0 158

ତେଲକୋଇ,୨୧/୧୦(ଏସଏସନିୟୁଜ) ଗତକାଲି ବିଳମ୍ବିତ ରାତିରେ କୁଦୁମୁଣ୍ଡା ଚକରେ ଥିବା ଜମିର ଧାନ ଫସଲକୁ ହାତୀପଲ ଖାଇବା ସହ ନଷ୍ଟ କରୁଥିବାର ଖବର ପାଇ ଗ୍ରାମବାସୀମାନେ ଯାଇଥିଲେ । ବିମଳା ଗ୍ରାମର ହାଡିବଂଧୁ ନାୟକ ମଧ୍ୟ ଯାଇଥିଲା ।କିନ୍ତୁ ଯିବା ବାଟରେ ଗାଁ ମୁଣ୍ଡ ଦୋଛକିରେ ନରହନ୍ତା ଦନ୍ତା ହାବୁଡରେ ପଡିଯାଇଥିଲା ।ଦନ୍ତା ଆକ୍ରମଣ କରିଥିବାବେଳେ ଏହି ବାଟରେ ଯାଉଥିବା ଅନ୍ୟଦୁଇଜଣ ଚାଷୀ ପାଟିକରିବାରୁ ହାତୀଟି ଛାଡି ପଳାଇଯାଇଥିଲା ।ଗ୍ରାମବାସୀମାନେ ଗୁରୁତର ଆହତ ହୋଇଥିବା ହାଡିବଂଧୁକୁ ଚିକିସ୍‌ାପାଇଁ ତେଲକୋଇ ଡାକ୍ତରଖାନାରେ ଭର୍ତିକରିଥିଲେ ।ତାଙ୍କର ଡାହାଣ ଗୋଡ ଭାଙ୍ଗିଯାଇଥିବାବେଳେ ଶରୀରର ବିଭିର୍ଣସ୍ଥାନରେ କ୍ଷତସୃଷ୍ଟି ହୋଇଥିବାର ଜଣାପଡିଛି ।ସେହିପରିଭାବେ ଅନେକ ଚାଷିଙ୍କ ଧାନଫସଲ ହାତୀପଲ ଖାଇ ନଷ୍ଟ କରିଦେଇଥିବାର ଜଣାପଡିଛି ।

Leave A Reply

Your email address will not be published.