ନିଆଁ ଲାଗି ୩ବଖରା ଘର ଜଲିଗଲା

0 320

ଡେଲାଙ୍ଗ ୭/୧(ଏସଏସନିୟୁଜ)ଏହି ଥାନା ଅନ୍ତର୍ଗତ କୋଠବାଡ ପଞ୍ଚାୟତର ବେନୁପଡା ଗ୍ରାମରେ ଅଗ୍ନିକାଣ୍ଡ ଘଟି ୩ବଖରା ଘର ଜଳିଯିବା ସହିତ ଏକ ମଟର ସାଇକେଲ ପୋଡିଯାଇଛି । ଏଥି ସହ ୭ଟି ଗାଇ ନିଆଁ ଧାସରେ ଆହତ ହୋଇଛନ୍ତି । ବେନୁପଡା ଗ୍ରାମର ବଂଶିଧର ଦଳେଇ ଙ୍କ ୧ ବଖରା ଗୁହାଳ ଘର ଜଳିଯିବା ସହିତ ୪ଟିଗାଇ ଆହତ ହୋଇଛନ୍ତି । ଡମା ଦଳେଇ ଙ୍କ ୧ବଖରା ଗୁହାଳ ଘର ଜଳିଯିବା ସହିତ ଏକ ହିରୋହୁଣ୍ଡା ମଟର ସାଇକେଲ ପୋଡି ୩ଟି ଗାଇ ଆହତ ହୋଇଛନ୍ତି । ସେହିପରି ବ୍ରହ୍ମେଶ୍ୱର ଦଳେଇଙ୍କ ଏକ ବଖରା ଘର ପୋଡି ଯାଇଥିବାର ଜଣାପଡିଛି । ଖବର ପାଇ ଡେଲାଙ୍ଗ ରୁ ଦୁଇଟି ଦମକଳ ଆସି ନିଆଁକୁ ଲିଭାଇଥିଲେ ।

Leave A Reply

Your email address will not be published.