ସାବଧାନ ମାତିଛି ଗୋଟିକିଆ ଦନ୍ତା

0 345

ଚୌଦ୍ବାର,୭/୧(ଏସଏସନିୟୁଜ)ପୁଣି ଆରମ୍ଭ ହେଲା ଗୋଟିକିଆ ଦନ୍ତାର ଉତ୍ପାତ । ଦନ୍ତାଟି  ଫସଲ ନଷ୍ଟ କରିବା ସହ ବାଡିରେ ପଶି ଧାନ ଗଦାରୁ ଧାନ ଖାଉଛି ।ଦନ୍ତାଟି ସନ୍ଧ୍ୟାହେବା ମାତ୍ରେ ବୁଲୁଥିବାରୁ ଘରୁ ବାହାରିବାକୁ ସାଧାରଣ ଲୋକ ନିରାପଦ ମାନୁନାହାନ୍ତି  ।  ଗତକାଲିରାତି ୯ଟା ସମୟରେ ମଙ୍ଗଳପୁର ଗ୍ରାମରେ ଦନ୍ତା ହାତୀତି ପଶି ତାଣ୍ଡବ କରିଛି ।  ଗତକିଛି ଦିନ ହେବ ଚନ୍ଦକା ଜଙ୍ଗଲରୁ ଆସିଥିବା ୩୦ଟିକିଆ ହାତୀ ପଲ୍ଲ ବିଭିନ୍ନ ଗ୍ରାମ ରେ ପଶି ବହୁ ଧନ ଜୀବନ ନଷ୍ଟ କରିଛନ୍ତି । ହାତୀ ପଲ୍ଲ ମଧରୁ ଗୋଟେ ବଡ ଦନ୍ତା ହାତୀ ପ୍ରାୟ ୨ମାସ ହେବ ଚୌଦ୍ୱାର ଅଂଚଳ ରେ ରହି ଆତଙ୍କ ସୃଷ୍ଟି କରିଚାଲିଛି ।  ମଙ୍ଗଳପୁର, ଶଙ୍କରପୁର, ମଙ୍ଗରାଜପୁର, ବେଲଦା, ମହିଷାଲଣ୍ଡା ଆଦି ବିଭିନ୍ନ ଗ୍ରାମ ରେ ପଶି କଦଳୀ ଗଛ, ଧାନ ବସ୍ତା, ଧାନ ଗଦା, ବିଭିନ୍ନ ଫସଲ ଖାଇ ଲୋକ ମାନଙ୍କର ଜୀବନ ଜୀବିକା ଉପରେ ବିପଦ ସୃଷ୍ଟି କରିଚାଲିଛି । ଜଙ୍ଗଲ ବିଭାଗ  ଲୋକ ଦେଖାଣିଆ ଭାବେ ଜଗୁଛି।ଯାହାଫଳରେ ଦନ୍ତାଟି ଉତ୍ପାତ ଚଳାଇଛି। ମଙ୍ଗଳପୁର ଗ୍ରାମ ର ଶ୍ରୀଧର ତ୍ରିପାଠୀ, ବନମାଳୀ ନାୟକ, ରବୀନ୍ଦ୍ର ନାୟକ, ଦିବ୍ୟଜୋତି ନାୟକ, ସୁଧାଂଶୁ ନାୟକ, ରଜତ ନାୟକ, ବସନ୍ତ ନାୟକ, ଆଦି ଗ୍ରାମ ବାସୀ ମାନଙ୍କ ର ବାଡିରେ ପଶି ଫସଲ ନଷ୍ଟ କରିଛି । ଦନ୍ତାଟି ପାଇ ଗ୍ରାମବାସୀମାନଙ୍କ ର ଏବେ ଚିନ୍ତା ବଢିବା ସହ ଆତଙ୍କିତ ଭାବେ ରହିଛନ୍ତି । (ଚୌଦ୍ବାରରୁ ଶ୍ରୀକାନ୍ତ ଜେନାଙ୍କ ରିପୋର୍ଟ )

Leave A Reply

Your email address will not be published.