ବସର ଡୋର ବାଜି ଗୁରୁତର ହେଲେବୃଦ୍ଧ

0 378

ଆସ୍କା,୭/୧(ଏସଏସନିୟୁଜ) ଆସ୍କା କଲେଜ ଛକପାଖରେ ବାଘୁଆସେତୁ ଉପରେ ଗୁରୁବାରଦିନ ଦୁର୍ଘଟଣା ହୋଇଛି ।ଏକ ଯାତ୍ରୀବାହୀ ବସର ଡୋର ମାଡହୋଇ ରାସ୍ତାରେ ଯାଉଥିବା ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି ।ସ୍ଥାନୀୟ ଲୋକ ମାନେ ଆହତ ବ୍ୟକ୍ତିଙ୍କୁ ଚିକିସ୍‌ାପାଇଁ ଆସ୍କା ମେଡିକାଲକୁ ପଠାଇଥିବାର ଜଣାପଡିଛି ।
ପ୍ରକାସ ଯେ,ଓଆର୦୨କେ-୦୦୫୩ନଂ ନାମକ ଏକ ମିନିବସ ଯାତ୍ରୀନେଇ ବୋଇରାଣି ପଟୁ ଆସ୍କାକୁ ଆସୁଥିଲା ।ବାଘୁଆସେତୁ କୁ ବସଟି ଅତିକ୍ରମ କରୁଥିବାବେଳେ ହେଲପର ପଟର ଡୋରଟି ଖୋଲିଯାଇଥିଲା । ଗୋଲମୁଣ୍ଡା ଗ୍ରାମର ସୋଲିଆ ମହାନ୍ତ ନାମକ ବ୍ୟକ୍ତି ଏହି ସମୟରେ ବିଲକାମ ସାରି ଘରକୁ ଫେରୁଥିବାବେଳେ ବସର ଡୋର ମାଡ ହେବାରୁ ସେ ତଳେ ପଡିବା ସହ ଗୁରୁତର ଆହତ ହୋଇଥିଲେ ।ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାର କରି ଆସ୍କା ଡାକ୍ତରଖାନାକୁ ପଠାଇଥିବାର ଜଣାପଡିଛି । ଆସ୍କାରୁ କୈଳାସ ମହାରଣାଙ୍କ ରିପୋର୍ଟ ।

Leave A Reply

Your email address will not be published.