ବ୍ୟାଙ୍କରୁ ଟଙ୍କା ଉଠାଇବାକୁ ପହଞ୍ଚି ଗଲେ ମୃତବ୍ୟକ୍ତି, ଆଉ ତା’ ପରେ..

0 256

ଭୁବନେଶ୍ବର,୭/୧(ଏସଏସନିୟୁଜ)କେବେ ଆପଣ ଶୁଣିଛନ୍ତି ଅଥବା ଦେଖିଛନ୍ତି କି ମୃତଦେହ(ଶବ) ଟଙ୍କା ଉଠାଇବା ପାଇଁ ବ୍ୟାଙ୍କରେ ପହଞ୍ଚିଛି। ହୁଏତ ନା। କିନ୍ତୁ ଏପରି ଏକ ସତ୍ୟ ଘଟଣା ବିହାରର ପାଟଣାରେ ଦେଖିବାକୁ ମିଳିଛି। ଏଠାରେ ଜଣେ ମୃତବ୍ୟକ୍ତି ନିଜର ଅନ୍ତିମ ସଂସ୍କାର ପାଇଁ ଟଙ୍କା ଉଠାଇବା ଲାଗି ବ୍ୟାଙ୍କରେ ପହଞ୍ଚିଥିଲେ। ଏହା ଦେଖି ବ୍ୟାଙ୍କରେ ଥିବା କର୍ମଚାରୀ ଚମକି ପଡ଼ିଥିଲେ। ଏପରିକି ବ୍ୟାଙ୍କରେ ହୋ-ହଲ୍ଲା ହୋଇଥିଲା। ପରେ ବହୁତ କଷ୍ଟରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା।
ସମ୍ପୂର୍ଣ୍ଣ ଘଟଣାଟି ଏପରି। ମଙ୍ଗଳବାର ପାଟଣା ସହରର ଶାହଜହାଁପୁରର ସିଗରିୟାବା ଗାଁର ମହେଶ ଯାଦବ(୫୫)ଙ୍କ ମୃତ୍ୟୁ ଘଟିଥିଲା। ଏହାପରେ ଗାଁଲୋକେ ଅନ୍ତିମ ସଂସ୍କାର ପାଇଁ ଏକାଠି ହୋଇଥିଲେ। ହେଲେ ତାଙ୍କ ଘରେ ଟଙ୍କାଟିଏ ବି ନ ଥିଲା। କିଭଳି ଭାବେ ଶେଷକୃତ୍ୟ କରାଯିବ ସେ ନେଇ ଚିନ୍ତା ବଢ଼ିଥିଲା। ଏହାପରେ ମହେଶଙ୍କ ବ୍ୟାଙ୍କ ଖାତାରେ ଥିବା ଟଙ୍କାକୁ ଉଠାଇବାକୁ ପରିବାରଲୋକେ ଯୋଜନା କରିଥିଲେ। ଗ୍ରାମବାସୀ ବ୍ୟାଙ୍କରେ ପହଞ୍ଚି ମ୍ୟାନେଜରଙ୍କୁ ଟଙ୍କା ଦେବାକୁ କହିଥିଲେ। ହେଲେ ସେ ତାଙ୍କ ଖାତାରେ ଟଙ୍କା ଦେବାକୁ ମନା କରିଦେଇଥିଲେ। ଏହାପରେ ଗ୍ରାମବାସୀ ରାଗି ଯାଇଥିଲେ। ସମସ୍ତେ ମିଶି ମହେଶଙ୍କ ମୃତଦେହ ନେଇ ବ୍ୟାଙ୍କରେ ପହଞ୍ଚିଯାଇଥିଲେ।

ପରେ ଗ୍ରାମବାସୀ ସମସ୍ତଙ୍କ ସମ୍ମୁଖରେ ମରଶରୀରକୁ ରଖି ଦେଇଥିଲେ। ଏହା ଦେଖି ସେଠାରେ ଥିବା କର୍ମଚାରୀ ଆଶ୍ଚର୍ଯ୍ୟ ହେବା ସହ ଡରି ଯାଇଥିଲେ। କ’ଣ ଘଟୁଛି କେହି ଜାଣିପାରି ନ ଥିଲେ। ତିନି ଘଣ୍ଟା ଧରି ମହେଶଙ୍କ ମୃତଦେହ ସେଭଳି ପଡ଼ି ରହିଥିଲା। ଗ୍ରାମବାସୀ ବ୍ୟାଙ୍କରେ ମଧ୍ୟ ବସି ରହିଥିଲେ। ଘଟଣା ଚିନ୍ତାର କାରଣ ପାଲଟିବା ପରେ ମ୍ୟାନେଜରଜଣଙ୍କ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଇବାକୁ ବହୁତ ଚେଷ୍ଟା କରିଥିଲେ। ହେଲେ ସେ ମାନି ନ ଥିଲେ। ଶେଷରେ ନିଜ ପକେଟରୁ ସେ ୧୦ହଜାର ଟଙ୍କା କାଢ଼ି ଲୋକମାନଙ୍କୁ ଦେଇଥିଲେ। ଏହାପରେ ସେମାନେ ମୃତଦେହକୁ ଅନ୍ତିମସଂସ୍କାର ପାଇଁ ନେଇଥିଲେ।

ଅପରପକ୍ଷେ ମହେଶ ଅବିବାହିତ ଥିବା କୁହାଯାଉଛି। ତାଙ୍କର ପରିବାରରେ କେହି ନ ଥିବାରୁ ଶେଷକୃତ୍ୟ କରିବା କଷ୍ଟକର ହୋଇଥିଲା। ହେଲେ ତାଙ୍କ ବ୍ୟାଙ୍କ ଖାତାରେ ୧୮ହଜାର ଟଙ୍କା ଥିବାରୁ ସେହି ଟଙ୍କା ଉଠାଇବାକୁ ଗ୍ରାମବାସୀ ଯାଇଥିଲେ। ନୋମିନି ନ ଥିବାରୁ ତାହା ସମ୍ଭବ ନୁହେଁ ବାଲି ମ୍ୟାନେଜର କହିଥିଲେ। ଏହାପରେ ଯାହା ଘଟିଲା ତାହା ଏବେ ଚିନ୍ତାର ବିଷୟ ପାଲଟିଛି।

Leave A Reply

Your email address will not be published.