ନିଦରେ ଶୋଇଛନ୍ତି ବାବୁ !

ଉପହାରରେ ଦେଇଛନ୍ତି ବଡ଼ ଗାତ

0 529

ବାରଙ୍ଗ,୧୬/୧୦(ଏସଏସନିଉଜ)ପୁରୀମେନକେନାଲ ରାସ୍ତାରେ ବିରାଟଗାତ, ତାହା ପୁଣି ୫ଫୁଟର । ବାରଙ୍ଗବ୍ଲକ୍ ଗଡାଛକରୁ ଗୋଡିସାହିକୁ ସଂଯୋଗ କରୁଥିବା କେନାଲବନ୍ଧ ରାସ୍ତାର ଷଣ୍ଢପୁର ଗାଁମୁଣ୍ଡରେ ରହିଛି ଏହି ଗାତ।ଏହିଗାତ ଏବେ ପଥଚାରୀଙ୍କପାଇଁ ମରଣଜନ୍ତା ପାଲଟିଛି।ସ୍ଥାନୀୟ ଲୋକମାନେ ଏବିଷୟରେ କଟକ ରାସ୍ତା ଓ କୋଠା ବିଭାଜନର ମୁଖିଆମାନଙ୍କୁ ପର୍ଯ୍ୟାୟକ୍ରମେ ଖବର ଦେଉଥିଲେ ମଧ୍ୟ ବାବୁମାନଙ୍କର ନିଦ ଭାଙ୍ଗିନାହିଁ।କହିକି ବା ଭାଙ୍ଗିବ, ଦଶହରା ପୂର୍ବରୁ ବାରଙ୍ଗ ମୁଖ୍ୟ ରାସ୍ତାରେ ବାଲିଉଠାଇ ଓ ଘାସ ସଫା କରି ବେଶ ଦିପଇସା ଠିକାଦାର ରୋଜଗାର କରିଥିବାବେଳେ ଭଲପିସି ମଧ୍ୟ ବାବୁମାନେ ପାଇଛନ୍ତି ।ପୁଣି ଆଗକୁ ଆସୁଛି ବାରଙ୍ଗର ବଡ଼ପର୍ବ କାର୍ତ୍ତିକେଶ୍ୱରପୂଜା ।ଏଥିପାଇଁ ମୁଖ୍ୟରାସ୍ତାରେ ତାଲିପକାକାମ କରି ବାବୁମାନେ ବେଶ ଲାଭବାନ ହେବେ ।ତେଣୁ କେନାଲବନ୍ଧ ରାସ୍ତା ମରାମତି ପ୍ରତି ଗୁରୁତ୍ୱ ଦେବାକୁ ଚାହୁଁନାହାନ୍ତି ବୋଲି ଆଲୋଚନା ହେଉଛି ।

କେନାଲରାସ୍ତା କତରେ ହୋଇଥିବା ଗାତର ପାର୍ଶ୍ଵଦେଇ ପ୍ରତ୍ୟହ ଶହଶହ ପଥଚାରୀ ଯାତାୟତ କରୁଛନ୍ତି ।ଏହିଗାତ ଏବେ ସମସ୍ତଙ୍କପାଇଁ ବିପଦର କାରଣ ପାଲଟିଛି । ଦିନକୁ ଦିନଗାତଟିର ଚାରିପଟୁ ମାଟିଖସି ତାର ଆକାର ବଢ଼ିବଢିଚାଲି କେନାଲ ଭିତରକୁ ମାଟି ଖସି ଚାଲିଛି।ରାସ୍ତା କଡରେ ଏତେ ବଡ ଗାତଟି ରହିଥିଲେ ମଧ୍ୟ କୌଣସି ସୂଚନାଫଳକ କିମ୍ବା ଅସ୍ଥାୟୀବାଡ ନଥିବାରୁ ପଥଚାରୀଙ୍କ ପାଇଁ ରାତିଅଧିଆ ବିପଦ ସୃଷ୍ଟି କରିଛି।କେବଳ ପଥଚାରୀ ନୁହେଁ ଗୃହପାଳିତପଶୁଙ୍କ ପାଇଁ ମଧ୍ୟ ଏହା ବିପଦକୁ ଆମନ୍ତ୍ରଣ କରିଛି । ଏହାକୁ ନେଇ ଏବେ ସାଧାରଣରେ ଅସନ୍ତୋଷ ଦେଖାଦେଇଛି।(ଦୀପକନାୟକଙ୍କ ରିପୋର୍ଟ)

 

Leave A Reply

Your email address will not be published.