ନିଖୋଜପିଲାଙ୍କୁ ନେଇ ଫେରୁଥିବାବେଳେ ଧକାଦେଲା କାର

0 139

ଭୁବନେଶ୍ୱର,୬।୭(ଏସଏସନିଉଜ)ଚନ୍ଦକାରୁ ନିଖୋଜ ୨ ନାବାଳକଙ୍କୁ ଟିଟଲାଗଡ଼ରୁ ଉଦ୍ଧାରକରି ଫେରୁଥିବା ବେଳେ ନୟାଗଡ଼ର ବାଣିଗୋଛା ନିକଟରେ ଦୁର୍ଘଟଣାଗ୍ରସ୍ତ ହେଲା ପୋଲିସଗାଡ଼ି । ଅନ୍ୟ ଏକ କାର ସହ ଚନ୍ଦକା ପୋଲିସର ଫର୍ଚୁନରକାର ଧକ୍କା ହୋଇଛି । ଫଳରେ ଅନ୍ୟ ଏକ ଗାଡ଼ିରେ ଭୁବନେଶ୍ୱର ଅସିଛନ୍ତି ପୋଲିସ କର୍ମୀ । ଏହି ଦୁର୍ଘଟଣାରେ ସାମାନ୍ୟ ଆହିତ ହୋଇଛନ୍ତି ପୋଲିସ କର୍ମଚାରୀ ।ଗତକାଲି ଭୁବନେଶ୍ୱରରୁ ନିଖୋଜ ହୋଇଥିବା ଦୁଇ ନାବାଳକ ଛାତ୍ର ଟିଟିଲାଗଡରୁ ଠାବ ହୋଇଥିଲେ । ଏହି ଦୁଇ ଛାତ୍ର ରାଜଧାନୀର ମର୍ଣ୍ଣିଂ ଗ୍ଲୋରି ଇଂଲିଶ ମିଡିୟମ ସ୍କୁଲର । ଛାତ୍ର ନିଖୋଜ ହୋଇଥିବା ନେଇ ତାଙ୍କ ପରିବାର ଲୋକେ ଏତଲା ଦେଇଥିଲେ । ଚନ୍ଦକା ପୋଲିସର ଟିମ୍ ନିଖୋଜ ପିଲାଙ୍କ ପରିବାର ଲୋକଙ୍କୁ ନେଇ ଟିଟିଲାଗଡ ଯାଇ ପିଲାଙ୍କୁ ଉଦ୍ଧାର କରି ଫେରୁଥିବା ବେଳେ ଗାଡ଼ି ଦୁର୍ଘଟଣଶଗ୍ରସ୍ତ ହୋଇଥିଲା ।ଦଶମ ଶ୍ରେଣୀର ଦୁଇ ଛାତ୍ର ପୃଥ୍ୱୀରାଜ ପ୍ରଧାନ ଓ ସୋନୁ କୁମାର ଟ୍ୟୁସନ ଯାଇ ଆଉ ଘରକୁ ଫେରିନଥିଲେ । ରାତି ହୋଇଯାଇଥିଲେ ବି ଘରକୁ ଫେରିନଥିଲେ । ଏହାପରେ ପିଲା ଘରକୁ ନଫେରିବାରୁ ବ୍ୟସ୍ତ ହୋଇ ଘର ଲୋକ ଖୋଜି ଖୋଜି କରିଥିଲେ । କିନ୍ତୁ କୌଣସି ଖୋଜ ଖବର ମିଳିନଥିଲା । ଏହାପରେ ଦୁଇ ନାବାଳକଙ୍କ ପରିବାରପକ୍ଷରୁ ଚନ୍ଦକା ଥାନାର ଅଭିଯୋଗ କରିଥିଲେ।

Leave A Reply

Your email address will not be published.