ଭିଜିଲାନ୍ସ ଜାଲରେ ରାଜସ୍ବ ନିରୀକ୍ଷକ

0 88

ମାଲକାନଗିରି ,୫ା୭(ଏସଏସନିଉଜ)ମାଲକାନଗିରି ତହସିଲ ଅନ୍ତର୍ଗତ ସିନ୍ଧ୍ରିମାଳ ରାଜସ୍ବ ନିରୀକ୍ଷକ ସୀମାଞ୍ଚଳ ସାହୁ ଜମି ବାବଦ କ୍ଷତିପୂରଣ ରାଶିରୁ ୨୫ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରାପଡଛ୍ନ୍‌ି ।ଏହାପରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ନିରୀକ୍ଷକଙ୍କକାର୍ଯ୍ୟାଳୟ , ସରକାରୀ କ୍ବାର୍ଟର୍ସ ସହ ବାଲିମେଳା ନାଲା ଛକ ସ୍ଥିତ ବାସଭବନକୁନେଇ ତିନୋଟି ସ୍ଥାନରେ ଚଢ଼ଉ କରାଯାଇଥିଲା ।ଏୟାରଷ୍ଟ୍ରିପ୍ ନିମନ୍ତେ ଗୌଡ଼ଗୁଡ଼ା ଗାଁର ମାୟାରାଣୀ ମଣ୍ଡଳଙ୍କ ଦେଢ଼ ଏକର ଜମି ଅଧିଗ୍ରହଣ ହୋଇଥିଲା। ସରକାରଙ୍କ ପକ୍ଷରୁ ୭ଲକ୍ଷ ୩୧ହଜାର ଟଙ୍କା କ୍ଷତିପୂରଣ ପ୍ରଦାନ କରିବାକୁ ଏଥିପାଇଁ ଘୋଷଣା କରାଯାଇଥିଲା। ଏହି କ୍ଷତିପୂରଣଟଙ୍କା ନିମନ୍ତେ ସୀମାଞ୍ଚଳସାହୁ ୩୦ହଜାରଟଙ୍କା ଲାଞ୍ଚ ନେବାକୁ ଦାବୀ କରୁଥିଲେ । ଭିଜିଲାନ୍ସର ଯୋଜନା ମୁତାବକ ରସାୟନବୋଳା ନୋଟ୍ ନେବାକୁ ଦବାବେଳେ ମାୟାରାଣୀଙ୍କ ଘରକୁ ସୀମାଞ୍ଚଳଆସିଥିବାବେଳେ ଧରାପଡିଥିଲୋ

Leave A Reply

Your email address will not be published.