ପୁଣି ମାତିଲେ ନକଲି ପୋଲିସ

0 96

କଟକ, ୫ା୭(ଏସଏସନିଉଜ)ପୁଲିସ ପରିଚୟଦେଇ ବଜ୍ରକବାଟୀନିକଟରେ ଜଣେ ଲୁହାବ୍ୟବସାୟୀ ବିଜୟକୁମାରସାହୁଙ୍କ ନିକଟରୁ ପ୍ରାୟ ୩ଲକ୍ଷ୨୪ହଜାରଟଙ୍କାର ସୁନାଅଳଙ୍କାର ଲୁଟିନେଇଥିବାନେଇ ବାଦାମବାଡ଼ି ଥାନାରେ ଅଭିଯୋଗ ହୋଇଛି ।କଲେଜଛକରେ ଲୁହାବ୍ୟବସାୟ କରୁଥିବା ଜୁନୁସପାଟଣା ଅଞ୍ଚଳର ବିଜୟ କୁମାର ସାହୁ ନାମକ ୬୬ବର୍ଷୀୟ ବୃଦ୍ଧ କଲେଜଛକରୁ ନିଜ ସ୍କୁଟିରେ ରାଣୀହାଟ ଦେଇ ଦୋଳମୁଣ୍ଡାଇ ଆଡ଼କୁ ଆସୁଥିବାବେଳେ ତାଙ୍କୁ ପିଛାକରି ଦୁଇଜଣ ଯୁବକ ବଜ୍ରକବାଟୀ ପୋଲନିକଟରେ ବୃଦ୍ଧଙ୍କୁ ରୋକିଥିଲେ ।ଗାଡିରହିବା କ୍ଷଣି ପୁଲିସ ପରିଚୟପତ୍ର ଦେଖାଇ ପିନ୍ଧିଥିବା ସୁନାଚେନ ଓ ମୁଦିକୁ ନିରାପଦ ଦୃଷ୍ଟିରୁ ଗାଡିରେ ରଖିଦେବାକୁ କହିଥିଲେ ।ବୃଦ୍ଧ ଜଣଙ୍କ ଚେନମୁଦି କାଢି ଗାଡିଡିକିରେ ରଖିବା ସମୟରେ ତାକୁ ନେଇ ଫେରାର ହୋଇଯାଇଥିଲେ ।

Leave A Reply

Your email address will not be published.