ନିଳକଣ୍ଠେଶ୍ଵର ମନ୍ଦିରରୁ ଚୋରୀକରିଥିବା ଚୋରକୁ ଧରିଲା ଜଟଣୀ ପୋଲିସ

0 258

ଜଟଣୀ ,୧୭/୩(ଏସଏସନିଉଜ)ମନ୍ଦିରରୁ ଚୋରୀକରି ପୋଲିସ ଆଖିରେ ଧୁଳିେଇ ଫେରାର ରହୁଥିବା ୩ଚୋରକୁ ଜଟଣୀପୋଲିସ ଗୁରୁବାରଦିନ ଗିରଫ କରି କୋର୍ଟଚାଳଣ କରିଛି ।ସେମାନେ ହେଲେ ଡେଲାଙ୍ଗ ଘୋରଡିଆର ପ୍ରକାସଚନ୍ଦ୍ରସିଂ,କଣାସ ବୈଦନାଥପାଟଣାର ସଦାଶିବପଟ୍ଟନାୟକ ଓରଫ କାବୁ ,ଡେଲାଙ୍ଗର ରଫିକ ଓରଫ ମିଥୁନସାହୁ ।ସେମାନଙ୍କଠାରୁ କିଛି ପିତଳର ସାମଗ୍ରୀ , ୨ ଟି ରୂପାର ମୁକୁଟ ଓ ଏକ ନମ୍ବରବିହିନ ପଲସର ଜବତ କରିଛି ।
ଜଟଣୀ ଥାନା ଅନ୍ତର୍ଗତ ରେତଙ୍ଗ କଲୋନୀରେ ଥିବା ନିଳକଣ୍ଠେଶ୍ଵର ମନ୍ଦିରର ପୂଜାରୀ ଥାନାରେ ଗତ ୨୩ତାରିଖରେ ଅଭିଯୋଗ କଲେଯେ,୨୨. ମଧ୍ୟରାତ୍ରିରେ ମନ୍ଦିରର ମୁଖ୍ୟଦ୍ଵାରର ତାଲାକୁ ଗ୍ୟାସ କଟରରେ କାଟି ମନ୍ଦିରରେ ଥିବା ପିତଳର ଘଣ୍ଟି, ଥାଳି ଏବଂ ରୂପାର ମୁକୁଟକୁ ଦୁର୍ବୁତମାନେ ଚୋରୀ କରି ନେଇଯାଇଛନ୍ତି । ପୋଲିସ ୭୯/୨୨ରେ ଏକ ମକଦ୍ଦମା ରୁଜୁକରି ତଦନ୍ତ ଆରମ୍ଭ କରିଥିଲା ।ଆଜି ସକାଳେ ଜଟଣୀ ଥାନା ପୁଲିସ ବିଶେଷ ସୂତ୍ରରୁ ଖବର ପାଇଥିଲେ ଯେ ୩ ଜଣ ଯୁବକ ଗୋଟିଏ ନମ୍ବର ବିହୀନ ପଲସର ମୋଟରସାଇକେଲରେ ସନ୍ଦେହଜନକ ଭାବରେ ଜଟଣୀସ୍ଥିତ ଦୁର୍ଗା ମାର୍କେଟରେ ଗୋଟିଏ ଜରି ବ୍ୟାଗରେ କିଛି ପିତଳର ସାମଗ୍ରୀ ନେଇ ବୁଲୁଛନ୍ତି। ଏହି ଖବର ପାଇବା ପରେ ଜଟଣୀ ଥାନା ପୁଲିସ ଟିମ ତୁରନ୍ତ ଉକ୍ତ ସ୍ଥାନକୁ ଯାଇ ୩ ଅଭିଯୁକ୍ତଙ୍କୁ କାବୁକରି ତାଙ୍କଠାରୁ ଗୋଟିଏ ମୋଟରସାଇକେଲ ସହିତ କିଛି ପିତଳର ସାମଗ୍ରୀ ଓ ୨ ଟି ରୂପାର ମୁକୁଟ ଜବତ କରି ତଦନ୍ତ ପାଇଁ ଥାନାକୁ ଆଣିଥିଲେ। ତଦନ୍ତପରେ ଅଭିଯୁକ୍ତମାନେ ମନ୍ଦିରରୁ ଚୋରୀଘଟଣାରେ ସମ୍ପୃକ୍ତ ଥିଲେ ଏବଂ ଏଥିସହିତ ସେମାନେ ରେତଙ୍ଗ କଲୋନୀରେ ଥିବା ହନୁମାନ ମନ୍ଦିର ଓ ରଘୁନାଥ ମନ୍ଦିରରୁ ମଧ୍ୟ ଉକ୍ତ ଦିନ ଚୋରୀ କରିଥିବାର ପୋଲିସ ଜାଣିବାକୁ ପାଇଥିଲା ।ଅଭିଯୁକ୍ତମାନେ ମଧ୍ୟ ଗତ ୨୪ ତାରିଖ ରାତିରେ ପଦନପୁର ଗ୍ରାମର ବାଲୁଙ୍କେଶ୍ୱର ମନ୍ଦିରରେ ଏବଂ ଡିସେମ୍ବର୧୧ ତାରିଖ ରାତିରେ ବୁଦ୍ଧପଡାର ସୋମନାଥ ମନ୍ଦିରରୁ କିଛି ପିତଳର ସାମଗ୍ରୀ ସମାନ ଢଙ୍ଗରେ ଚୋରୀ କରିଥିଲେ ଏବଂ ସେମାନଙ୍କର ଜଣେ ସହଯୋଗୀ ବିମଳ ସିଂ ଓରଫ ମୋଙ୍ଗୁ କିଛି ଚୋରୀ ସାମଗ୍ରୀ ବିକ୍ରି କରିଥିଲେ ।ଅଧିକ ତଦନ୍ତ ପରେ ଏହି ଅଭିଯୁକ୍ତ ମାନେ ଅଭ୍ୟାସଗତ ଭାବରେ ଏହିପରି ଚୋରୀରେ ସମ୍ପୃକ୍ତଥିବାର ପୋଲିସ ଜାଣିବାକୁ ପାଇଥିଲାପ୍ରକାଶଙ୍କ ନାମରେ ୨୦୧୮/୨୦୧୯ ମସିହାରେ ଜଟଣୀ ଥାନାରେ ୮ ଟି, ପିପିଲି ଥାନାରେ ୧ ଟି ଏବଂ ଖୋର୍ଦ୍ଧା ଥାନାରେ ୨ ଟି ଚୋରୀ ମାମଲା ରୁଜୁ ହୋଇଛି। ସେହିପରି ଅଭିଯୁକ୍ତ କାବୁଙ୍କ ନାମରେ ୨୦୨୦/୨୦୨୧ ମସିହାରେ ଜଟଣୀ ଏବଂ ଆରପିଏଫ ପୋଷ୍ଟ (ଖୋର୍ଦ୍ଧା)ରେ ୧ ଟି ଲେଖାଏଁ ଚୋରୀ ମାମଲା ରୁଜୁ ହୋଇଛି। ଅଭିଯୁକ୍ତ ମିଥୁନଙ୍କ ନାମରେ ମଧ୍ୟ ୨୦୧୫ ମସିହାରେ କଣାସ ଓ ଡେଲାଙ୍ଗ ଥାନାରେ ୧ ଟି ଲେଖାଏଁ ଚୋରୀ ମାମଲା ରୁଜୁ ହୋଇଛି। ଏହାସହ ବିମଳ ସିଂ କୁ ଗିରଫ ପାଇଁ ପୋଲିସ ଉଦ୍ୟମ ଆରମ୍ଭ କରିଥିବାର ଜଣାପଡିଛି ।

Leave A Reply

Your email address will not be published.