ଭୁବନେଶ୍ୱର,୧୮ା୯(ଏସଏସନିଉଜ) ଭରତପୁରଥାନାରେ ସେନାର ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ ୫ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କଲେ ପୋଲିସ ଡିଜି । ଭରତପୁର ଥାନାର ପୂର୍ବତନ IIC ଦୀନକୃଷ୍ଣ ମିଶ୍ରଙ୍କୁ ସସପେଣ୍ଡ କରାଯାଇଛି । ସେହିପରି SI ବୈଶାଳିନୀ ପଣ୍ଡା, ASI ସଲିଳମୟୀ ସାହୁ ଓ ସାଗରିକା ରଥ ଓ କନଷ୍ଟେବଲ ବଳରାମ ହାଁସଦା ନିଲମ୍ବିତ କରାଯାଇଛି । ଏହି ୫ ଜଣଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହୋଇଛି । ପୂର୍ବରୁ IIC, ଜଣେ ASI ଓ କନଷ୍ଟେବଲଙ୍କୁ ବଦଳି କରାଯାଇଥିଲା ।
