ନିର୍ବାଚନ ପୁର୍ବରୁ ବୋମା ମାଡ଼

0 292

ପୁରୀ,୨୭/୧(ଏସଏସନିଉଜ) ପୁରୀ ସଦର ଥାନା କାଶୀ ହରିପୁର ପଂଚାୟତରେ ଗୁରୁବାର ସକାଳେ ବୋମା ମାଡ କରାଯାଇଛି । ବାଇକରେ କିଛି ଦୁର୍ବୃତ ଆସି ବନ୍ତେଇ ଠାକୁରାଣୀ ମନ୍ଦିର ନିକଟରେ ୩ଟି ବୋମା ମାଡ କରି ପଳାଇଥିଲେ । ଗୋଟିଏ ବୋମା ଫୁଟିଥିବା ବେଳେ ଦୁଇଟି ଅଫୁଟା ରହିଥିଲା ।ତେବେ ପଂଚାୟତ ନିର୍ବାଚନ ପୁର୍ବରୁ କୈାଣସି ପାର୍ଥୀକୁ ଭୟଭିତ କରିବା ପାଇଁ ଏପରି ହୋଇଥିବାର ସନ୍ଦେହ କରାଯାଉଛି । କିଏ ଓ କାହିଁକି ଏହି ବୋମା ମାଡ କରିଛି, ତାହା ଜଣାପଡିନଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.