ନିଶା ପାଇଁ ସାଙ୍ଗକୁ ମାରିବାକୁ ପଛାଇଲାନାହିଁ ଅଟୋଡ୍ରାଇଭର

0 243

ବାରଙ୍ଗ ୩୧/୩(ଏସଏସନିଉଜ)ନିଶା ପାଇଁ ଭୁଲିଗଲେ ହିତାହିତ ଜ୍ଞାନ ।ଜୀବନରେ ମାରିଦେବାକୁ ମଧ୍ୟ ପଛାଇଲେ ନାହିଁ ।ନିଶା ସେବନ ସମୟରେ ନିଜର ଭାଗ କମିଯିବାରୁ ରାଗିଯାଇ ଅଟୋ ଡ୍ରାଇଭର ନିଜ ଅଟୋରୁ ପେଟ୍ରୋଲ କାଢି ଦୁଇସାଙ୍ଗ ଉପରକୁ ପକାଇ ନିଆଁ ଲଗାଇଦେଇଥିଲେ ।ସୈାଭଗ୍ୟବଶତ ସ୍ଥାନୀୟ ଯୁବକମାନେ ପହଁଚି ଗୁରୁତର ଆହତ ସାଙ୍ଗଦୁଇଜଣଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତି କରିଥିଲେ ।ଏହିଭଳି ଘଟଣା ଗୁରୁବାର ସନ୍ଧ୍ୟାରେ ବାରଙ୍ଗଥାନା ଅଧିନସ୍ଥ ବାଙ୍ଗଳୀ ସାହି କ୍ଲବ୍ ଘର ନିକଟରେ ଘଟିଛି ।
ବାରଙ୍ଗଥାନା ଅର୍ନ୍ତଗତ ବଙ୍ଗାଳିସାହିର ଅଟୋଚାଳକ କାହ୍ନୁ ଦାସ ଓ ତାର ଦୁଇସାଙ୍ଗ ଗୁପଚୁପବିକାଳି ତାପସ କର ଓ ଓଲାଗାଡି ଡ୍ରାଇଭର ଅଭିଜିତ୍ ହାଲଦାର ତିନିଜଣ ମିଶି କ୍ଲବ୍ ଘର ନିକଟରେ ବ୍ରାଉନସୁଗାର ଖାଉଥିଲେ ।ତେବେ ଏହି ନିଶା ଖାଇବା ସମୟରେ ଭାଗବଂଟାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ଆରମ୍ଭ ହୋଇଥିଲା ।କାହ୍ନୁର ଭାଗ କମିଯାଇଥିବାରୁ ସେ ବେଶି ପରିମାଣର ରାଗିଯିବାସହ ଉତକ୍ଷିପ୍ତ ହୋଇ ନିଜ ଅଟୋରୁ ପେଟ୍ରୋଲ କାଢି ଅଭିଜିତ ଓ ତାପସ ଉପରେ ପକାଇ ଡିଆସିଲ ମାରି ନିଆଁ ଲଗାଇଦେଇଥିଲା ।ଏମାନଙ୍କ ଚିକ୍ତାର ଶୁଣି ପାଖରେ ଥିବା କିଛି ଲୋକ ଦୈାଡି ଆସି ନିଆଁ ଲିଭାଇବା ସହ ବାରଙ୍ଗ ସରକାରୀ ଡାକ୍ତରଖାନାରେ ଅଭିଜିତ ଓ ତାପସକୁ ଭର୍ତିକରି ବାରଙ୍ଗଥାନାକୁ ଖବର ଦେଇଥିଲେ ।ପ୍ରାଥମିକ ଚିକିସ୍‌ାରେ ସେମାନଙ୍କ ଅବସ୍ଥା ଗୁରୁତର ଥିବାରୁ ବାରଙ୍ଗଥାନା ପୋଲିସ ଉଭୟଙ୍କୁ ଚିକିସ୍‌।ପାଇଁ କଟକ ବଡ ମେଡିକାଲ ପଠାଇଥିଲେ ।ଏହାପରେ ଅଟୋଡ୍ରାଇଭର କାହ୍ନୁ କୁ ଅଟକ ରଖିଛନ୍ତି ।

Leave A Reply

Your email address will not be published.