ନନ୍ଦନକାନନ ଖୋଲିବାର ନୁଆ ନିୟମ

ଭୁବନେଶ୍ୱର,୧।୧୦(ଏସଏସନିଉଜ)ନନ୍ଦନକାନନ ଓ ବଟାନିକାର୍ଲ ଗାର୍ଡେନ ଖୋଲିବାର ସମୟ ସୀମା ଆଜିଠାରୁ ବଦଳିଛି। ପ୍ରତିବର୍ଷ ପରି ଏଥର ଅକ୍ଟୋବର ୧ ତାରିଖରୁ ୩୧ମାର୍ଚ୍ଚ୨୦୨୬ ପର୍ଯ୍ୟନ୍ତ (୬ମାସ) ସମୟ ସୀମାରେ ପରିବର୍ତ୍ତନ କରାଯାଇଛି।ଏହି ୬ମାସ ସକାଳ ୮ଟାରୁ ଉଭୟପାର୍କ ଖୋଲି ଅପରାହ୍ଣ ୫ଟାରେ ବନ୍ଦ ରହିବ।ଶୀତଦିନେ ସାଧାରଣତଃ ଦିନ ଛୋଟ ରହୁଥିବାବେଳେ ସନ୍ଧ୍ୟା ୫ଟା ସୁଦ୍ଧା ଅଧିକ ରାତି ଭଳି ଅନୁମାନ କରାଯାଇଥାଏ।ତେଣୁ ପୂର୍ବ ନିର୍ଦ୍ଧାରିତ ନିଷ୍ପତ୍ତି ଅନୁଯାୟୀ ଆଜିଠାରୁ ନନ୍ଦନକାନନ ଏହି ନିୟମାନୁସାରେ ଖୋଲିବା ଓ ବନ୍ଦ୍ ହେବା ଆରମ୍ଭ ହୋଇଥିବାର ଦେଖିବାକୁ ମିଳିଛି।(ଜିତ ରାଉତଙ୍କ ରିପୋର୍ଟ)

- Advertisement -

Leave A Reply

Your email address will not be published.