ଫୁଲ ପ୍ରଦର୍ଶନୀରେ ରାଜ୍ୟ ଉଦ୍ଭିଦଉଦ୍ୟାନ ଓ ନନ୍ଦନକାନନକୁ ୩୫ ପୁରସ୍କାର

ଭୁବନେଶ୍ୱର,୧୨।୧(ଏସଏସନିଉଜ) ଆଞ୍ଚଳିକ ଉଦ୍ଭିଦ ସମ୍ବଳ କେନ୍ଦ୍ର (RPRC) ରେ ଆୟୋଜିତ ଉଦ୍ୟାନ ପ୍ରତିଯୋଗିତା ଏବଂ ଫୁଲପ୍ରଦର୍ଶନୀ-୨୦୧୬ ରେ ନନ୍ଦନକାନନ ଓ ବାଟାନିକାର୍ଲ ଗାର୍ଡେନ ଅଂଶଗ୍ରହଣ କରି ୩୫ଟି ପୁରସ୍କାରକୁ ହାତେଇବାରେ ସକ୍ଷମ ହୋଇଛି।
ପାତ୍ରଯୁକ୍ତ ଉଦ୍ଭିଦ ପ୍ରଦର୍ଶନୀ, କଟାଫୁଲ, ଉଦ୍ୟାନ ଓ ଭୂମିପ୍ରଦର୍ଶନୀ ବର୍ଗରେ ମୋଟ ୩୫ଟି ପୁରସ୍କାର ହାସଲ କରି ଉଲ୍ଲେଖନୀୟ ସଫଳତା ହାସଲ କରିଛି।
ପାତ୍ରଯୁକ୍ତ ଉଦ୍ଭିଦ ପ୍ରଦର୍ଶନୀରେ ନନ୍ଦନକାନନ ବିଭିନ୍ନ ପ୍ରକାର ଗୋଲାପ, କ୍ଷୁଦ୍ର ଗୋଲାପ ସହ ଅନେକ ମିଶ୍ରିତ ଉଦ୍ଭିଦ ପ୍ରଦର୍ଶନୀରେ ଶ୍ରେଷ୍ଠ ପୁରସ୍କାର ଜିତିଛି।ଏହାସହିତ ପତ୍ରଉଦ୍ଭିଦ ଏବଂ କ୍ଷୁଦ୍ର ଉଦ୍ୟାନରେ ଯୋଗ୍ୟତା ଏବଂ ଦ୍ୱିତୀୟ ପୁରସ୍କାର ପାଇଛି।
କଟାଫୁଲ ବର୍ଗରେ ପ୍ରଥମ ପୁରସ୍କାର ଓ ହଳଦିଆ ହାଇବ୍ରିଡ୍ ଚାଗୋଲାପ ଆଦିରେ ଅତିରିକ୍ତ ପୁରସ୍କାର ପାଇଛି।
ଉଦ୍ୟାନ ଏବଂ ଭୂଦୃଶ୍ୟ ପ୍ରଦର୍ଶନୀରେ ନନ୍ଦନକାନନ ନର୍ସରୀ,ରାଜ୍ୟ ଉଦ୍ଭିଦ ଉଦ୍ୟାନର ବର୍ଜ୍ୟବସ୍ତୁ ପରିଚାଳନା ଉଦ୍ୟାନ, ଅର୍କିଡ୍ ହାଉସ୍ ଆଦି ପ୍ରଥମ ପୁରସ୍କାର ପାଇଛି। ସେହିପରି ଗ୍ଲାସ୍ ହାଉସ୍, ରୋଜ୍ ଗାର୍ଡେନ, ଗେଷ୍ଟ ହାଉସ୍ ଉଦ୍ୟାନ, ଇଭୋଲୁସନ୍ ଗାର୍ଡେନ, ବନସାଇ ଉଦ୍ୟାନ, ଔଷଧୀୟ ଉଦ୍ଭିଦ ଉଦ୍ୟାନ, କାକଟସ୍ ହାଉସ୍, ହାଇଡ୍ରୋଫାଇଟ୍ ଉଦ୍ୟାନ, ମୋଗଲ୍ ଉଦ୍ୟାନ ଏବଂ ପ୍ରଜାପତି ଉଦ୍ୟାନ ପାଇଁ ଦ୍ୱିତୀୟ ଏବଂ ତୃତୀୟ ପୁରସ୍କାର ପାଇଛି।
କର୍ମଚାରୀମାନଙ୍କ ଉତ୍ସର୍ଗୀକୃତ ପ୍ରୟାସ ଏବଂ ବୈଷୟିକ ବିଶେଷଜ୍ଞ ମାନଙ୍କ ପରାମର୍ଶ,ଭୂଦୃଶ୍ୟ ଡିଜାଇନ୍, ଉପଯୁକ୍ତ ଉପସ୍ଥାପନା ଯୋଗୁ ସଫଳତା ମିଲିପାରିଛି ବୋଲି ଉପ ନିର୍ଦ୍ଦେଶକ ସନତ କୁମାର ସୂଚନା ଦେଇଛନ୍ତି।

- Advertisement -

Leave A Reply

Your email address will not be published.