ନର୍ଥ ଇଷ୍ଟ୍ ଏକ୍ସପ୍ରେସ୍ ହେଲା ଧାରଣାଚ୍ୟୁତ

ଭୁବନେଶ୍ୱର,୧୨ା୧୦(ଏସଏସନିଉଜ) ବିହାର ବକ୍ସର୍ ଜିଲ୍ଲାଅନ୍ତର୍ଗତ ରଘୁନାଥପୁର ଷ୍ଟେସନ୍ ନିକଟରେ ମଙ୍ଗଳବାରାତିରେ ନର୍ଥ ଇଷ୍ଟ୍ ଏକ୍ସପ୍ରେସ୍ ଧାରଣାଚ୍ୟୁତ ହେବା ଯୋଗୁଁ ୪ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବାବେଳେ ୭୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବାର ଚର୍ଚ୍ଚା ଯୋର ଧରିଛି । ରାତି୧୦-୧୫ ମିନିଟ୍‌ରେ ଟ୍ରେନ୍‌ରେ ଯାତ୍ରୀ ଏପଟ ସେପଟ ହେବାକୁ ଲାଗି ଜଣେ ଅନ୍ୟ ଜଣଙ୍କ ଉପରେ ପଡ଼ିବାକୁ ଲାଗିଲେ। କଣ ଘଟିଲା ଦେଖିଲାବେଳକୁ ଟ୍ରେନ୍ ଧାରଣାଚ୍ୟୁତ ହୋଇସାରିଥିଲା।ତେବେ ଘଟଣାପରେ ଟ୍ରାକ୍‌ରେ ତ୍ରୁଟିଯୋଗୁଁ ହୋଇଥିଲା ଲାଇନଚ୍ୟୁତ ବୋଲି ରେଳବାଇର ରିପୋର୍ଟରେ କୁହାଯାଇଛିା ଏଥିନିମନ୍ତେ ଇଞ୍ଜିନିୟରିଂ ବିଭାଗକୁ ଦାୟୀ କଲା ରେଳବାଇ । ଦୁର୍ଘଟଣାରେ ରେଳବାଇର ପ୍ରାୟ ୫୨କୋଟିର କ୍ଷତି ହୋଇଥିବାର ଆକଳନ କରାଯାଇଛି ।

- Advertisement -

Leave A Reply

Your email address will not be published.