ଭୁବନେଶ୍ୱର,୨୯ା୧୨(ଏସଏସନିଉଜ)ରାଜ୍ୟ ସଂସ୍କୃତି ବିଭାଗ ସହଯୋଗରେ ଦେବଦାସୀ ନୃତ୍ୟମନ୍ଦିର ଆନୁକୂଲ୍ୟରେ ୧୯ ତମ ଦେବଦାସୀ ଅନ୍ତଃରାଷ୍ଟ୍ରୀୟ ନୃତ୍ୟ ସମାରୋହର ସୋମବାର ଆଜି ଥିଲା ପ୍ରଥମ ଦିବସ ।୨ଦିନଧରି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ପ୍ରଥମଦିବସରେ ଦେବଦାସୀ ନୃତ୍ୟ ମନ୍ଦିରର ସଂସ୍ଥାପକ ଜଗବନ୍ଧୁ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ବର୍ଦ୍ଧନାସଭାରେ ପୂର୍ବତନ ସାଂସଦ ପ୍ରସନ୍ନ ପାଟଶାଣୀ, ଜଗନ୍ନାଥ ସଂସ୍କୃତି ଗବେଷକ ଗଦାଧର ମହାପାତ୍ର, ସନ୍ଧ୍ୟାବତୀ ପ୍ରଧାନ,ସମାଜସେବୀ ମିନତୀ ସାହୁ, ରଣା ପ୍ରତାପ ପାତ୍ର, ଲକ୍ଷ୍ମୀକାନ୍ତ ପାଲିତ, ପ୍ରସନ୍ନ ବିଷୋୟୀ ପ୍ରମୁଖ ଅତିଥି ରୂପେ ଯୋଗ ଦେଇଥିଲେ ।ଦୀର୍ଘ ବର୍ଷ ଧରି ଦେଶ ବିଦେଶର କଳାକାରଙ୍କୁ ସମ୍ମିଳିତ କରି ସମସ୍ତ ଶାସ୍ତ୍ରୀୟ ନୃତ୍ୟର ସମାହାର ଗୋଟିଏ ମଞ୍ଚରେ କରାଇବା ନିଶ୍ଚିତ ରୂପେ ଅଭିନନ୍ଦନିୟ ଓ ଶାସ୍ତ୍ରୀୟ ନୃତ୍ୟର ପ୍ରଚାର ପ୍ରସାର ପାଇଁ ପ୍ରଚେଷ୍ଟାକୁ ଅତିଥି ମାନେ ଧନ୍ୟବାଦ ଦେଇଥିଲେ । ଦୁଇ ଦିନ ଧରି ଓଡିଶୀ ସମେତ ଦେଶର ୬ଟି ଯାକ ଶାସ୍ତ୍ରୀୟ ନୃତ୍ୟର ଦେଶ ବିଦେଶର ପ୍ରତିଷ୍ଠିତ ନୃତ୍ୟ ଶିଳ୍ପୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ନୃତ୍ୟ ପରିବେଷଣ କରିବେ । ଓଡିଶା ଆସାମ,କେରଳ,ତେଲେଙ୍ଗାନା,ମଣିପୁର, ଆନ୍ଧ୍ରପ୍ରଦେଶ ସମେତ ଦେଶ ଓ ରାଜ୍ୟରେ ପ୍ରତିଷ୍ଠିତ ନୃତ୍ୟ ଶିଳ୍ପୀ ମାନଙ୍କ ଦ୍ୱାରା ନୃତ୍ୟପରିବେଶଣ କରାଯାଇଥିଲା ।ଏହି ଅବସରରେ ପ୍ରତିଷ୍ଠିତ କଳାକାର କବିତା ଦ୍ବିବେଦୀ, ରୂପଶ୍ରୀ ମହାପାତ୍ର,କେ ଶିବ ଲୋକନାଥ,କରିନ ଭେଲେସଙ୍କୁ ଦେବଦାସୀ ରାଷ୍ଟ୍ରୀୟ ସମ୍ମାନ, ଶଶୀମଣି ଦେବି ରାଷ୍ଟ୍ରୀୟ ପୁରସ୍କାର,ଦେବଦାସୀ ଆଚାର୍ୟ୍ୟ କୂଳ ତିଳକମ ପୁରସ୍କାର ପ୍ରଦାନ କରାଯାଇଥିଲା ।
