ନୂଆବନ୍ତ ସ୍ୱାସ୍ଥ୍ୟ କେନ୍ଦ୍ର ଭିତରେ ପଡୁଛି ମଦ ବୋତଲ

0 173

ବାରଙ୍ଗ,୨୪/ ୫(ଏସ ଏସ ନିୟୁଜ):ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ତଥା ଭୁବନେଶ୍ୱର ବ୍ଲକ ଅନ୍ତର୍ଗତ ପାଞ୍ଚ ପଞ୍ଚାୟତର କଲ୍ୟାଣପୁର ପଞ୍ଚାୟତରେ ଥିବା ନୂଆବନ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ ଗତକାଲି କେହି ଦୁର୍ବୁତ୍ତ ମଦବୋତଲ ଭାଙ୍ଗି ପକାଇଥିବାର ଅଭିଯୋଗ ହେଇଛି । କେନ୍ଦ୍ରରେ କାର‌୍ୟ୍ୟରତ ସ୍ୱାସ୍ଥ୍ୟ କର୍ମୀ ଏନେଇ ମଞ୍ଚେଶ୍ୱର ଥାନାରେ ଜଣାଇଛନ୍ତି । ସ୍ୱାସ୍ଥ୍ୟକର୍ମୀଙ୍କ କହିବା ଅନୁସାରେ ସୋମବାର ଦିନ ସ୍ୱାସ୍ଥ୍ୟକେନ୍ଦ୍ର ଗେଟ ଖୋଲିଲାବେଳକୁ ତା ଭିତରେ ମଦବୋତଲ ଭାଙ୍ଗି କାଚ ଗୁଡା ଏଣେ ତେଣେ ହେଇ ପଡିଥିଲା । ଏନେଇ କଲ୍ୟାଣପୁର ସରପଞ୍ଚ ପ୍ରତିନିଧି ବସନ୍ତ ସାସମଲ ଓ ବରିମୁଣ୍ଡ ସରପଞ୍ଚ ବୀରେନ୍ଦ୍ର ଜେନାଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ର କର୍ମଚରିମାନେ ଅବଗତ କରିଥିଲେ । ତାଙ୍କ କହିବା ହେଉଛି ଯେ ପୂର୍ବରୁ ଏମିତି ୫ଥର ହେବ କେହି ଦୁର୍ବୁତ୍ତ ସ୍ୱାସ୍ଥ୍ୟକେନ୍ଦ୍ର ଟୀକାଦାନ ପରିସର ମଧ୍ୟରେ ମଦବୋତଲ ଭାଙ୍ଗି ପକାଇଥିଲା । ଆଗରୁ ଏନେଇ ସ୍ଥାନୀୟ ପ୍ରତିନିଧି ଓ ପୋଲିସଙ୍କୁ ଜଣାଇଥିଲେ ମଧ୍ୟ ଏପର‌୍ୟ୍ୟନ୍ତ ଏହାର କିଛି ସୁଫଳ ମିଳି ପାରିନାହିଁ । ସ୍ୱାସ୍ଥ୍ୟ କେନ୍ଦ୍ର ଗେଟ ସାମ୍ନାରେ ସିସିଟିଭି ନଥିବାରୁ ଦୁର୍ବୁତ୍ତକୁ ଏହିଭଳି କାଣ୍ଡ ଘଟେଇବାକୁ ସୁବିଧା ହେଉଛି । ତେବେ ଆଗକୁ ଦୁର୍ବୁତ୍ତ କୌଣସି ବଡ ଧରଣର ଅଘଟଣ ଘାଟେଇବାର ଆଶଙ୍କା ବଢିଛି । କିଛି ବର୍ଷ ପୂର୍ବେ କେହି ଦୁର୍ବୁତ୍ତ ସ୍ୱାସ୍ଥ୍ୟ କେନ୍ଦ୍ର ଭିତରେ ପଶି ଛାତରେ ଲାଗିଥିବା ସିଲିଂ ଓ ପଙ୍ଖା ଆଦି ଭାଙ୍ଗିରୁଜି ଦେଇଥିଲା ।ଏବେ ଏଠାରେ କରୋନା ପାଇଁ ଟୀକାକରଣ ଚାଲିଛି।(ଗୈାତମରାଉତଙ୍କ ରିପୋର୍ଟ)

Leave A Reply

Your email address will not be published.