ନୂଆବନ୍ତରେ ରକ୍ତଦାନ ଶିବିର

0 94

ବାରଙ୍ଗ,୧ା୯(ଏସଏସନିଉଜ) ଭୁବନେଶ୍ବରବ୍ଲକ ଅନ୍ତର୍ଗତ ୫ପଞ୍ଚାୟତ ଆନୁକୂଲ୍ୟରେ କଲ୍ୟାଣପୁରପଞ୍ଚାୟତର ନୂଆବନ୍ତସ୍ଥିତ ରାମକୃଷ୍ଣପତି ସ୍ମୃତି ପୀଠପରିସରରେ ଶୁକ୍ରବାରଦିନ ରକ୍ତଦାନଶିବିର ଅନୁଷ୍ଟିତ ହୋଇଯାଇଛି।ଏଥିରେ ଉତ୍ତରଭୁବନେଶ୍ବର ବିଧାୟକ ସୁଶାନ୍ତ କୁମାର ରାଉତ ମୁଖ୍ୟଅତିଥିଭାବେ ଯୋଗଦେଇ ଶିବିରକୁ ଉଦଘାଟନ କରି ଗ୍ରାମାଞ୍ଚଳରେ ବସବାସ କରୁଥିବା ଯୁବକ ଯୁବତୀ,ମହିଳା ଓ ପୁରୁଷ ସମେତ ଲୋକପ୍ରତିନିଧି ମାନଙ୍କୁ ରକ୍ତଦାନ ପାଇଁ ଉତ୍ସାହିତ କରିଥିଲେ। କେନ୍ଦ୍ରୀୟ ରେଡକ୍ରସ ରକ୍ତଭଣ୍ଡାର ସହାୟତାରେ ଡାକ୍ତର କନକଲତା ଦେଇଙ୍କଦ୍ୱାରା ମୋଟ ୧୪୮ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା।ଏଥିରେ ରଘୁନାଥପୁର,ଦାଢା, କଲ୍ୟାଣପୁର,ବରିମୁଣ୍ଡ ଓ ଇଞଣା ଆଦି ୫ପଞ୍ଚାୟତର ଲୋକପ୍ରତିନିଧିମାନଙ୍କ ସହ ମୁରବୀ , ଯୁବକ ଓ ମହିଳାମାନେ ଯୋଗଦେଇ ରକ୍ତଦାନ କରିଥିଲେ ।ଏହିଶିବିରରେ ବିଜେଡିକର୍ମୀମାନେ ସହଯୋଗକରିଥିଲେ ।

 

Leave A Reply

Your email address will not be published.