ନୂଆବନ୍ତରେ ରକ୍ତଦାନ ଶିବିର

ବାରଙ୍ଗ,୧ା୯(ଏସଏସନିଉଜ) ଭୁବନେଶ୍ବରବ୍ଲକ ଅନ୍ତର୍ଗତ ୫ପଞ୍ଚାୟତ ଆନୁକୂଲ୍ୟରେ କଲ୍ୟାଣପୁରପଞ୍ଚାୟତର ନୂଆବନ୍ତସ୍ଥିତ ରାମକୃଷ୍ଣପତି ସ୍ମୃତି ପୀଠପରିସରରେ ଶୁକ୍ରବାରଦିନ ରକ୍ତଦାନଶିବିର ଅନୁଷ୍ଟିତ ହୋଇଯାଇଛି।ଏଥିରେ ଉତ୍ତରଭୁବନେଶ୍ବର ବିଧାୟକ ସୁଶାନ୍ତ କୁମାର ରାଉତ ମୁଖ୍ୟଅତିଥିଭାବେ ଯୋଗଦେଇ ଶିବିରକୁ ଉଦଘାଟନ କରି ଗ୍ରାମାଞ୍ଚଳରେ ବସବାସ କରୁଥିବା ଯୁବକ ଯୁବତୀ,ମହିଳା ଓ ପୁରୁଷ ସମେତ ଲୋକପ୍ରତିନିଧି ମାନଙ୍କୁ ରକ୍ତଦାନ ପାଇଁ ଉତ୍ସାହିତ କରିଥିଲେ। କେନ୍ଦ୍ରୀୟ ରେଡକ୍ରସ ରକ୍ତଭଣ୍ଡାର ସହାୟତାରେ ଡାକ୍ତର କନକଲତା ଦେଇଙ୍କଦ୍ୱାରା ମୋଟ ୧୪୮ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା।ଏଥିରେ ରଘୁନାଥପୁର,ଦାଢା, କଲ୍ୟାଣପୁର,ବରିମୁଣ୍ଡ ଓ ଇଞଣା ଆଦି ୫ପଞ୍ଚାୟତର ଲୋକପ୍ରତିନିଧିମାନଙ୍କ ସହ ମୁରବୀ , ଯୁବକ ଓ ମହିଳାମାନେ ଯୋଗଦେଇ ରକ୍ତଦାନ କରିଥିଲେ ।ଏହିଶିବିରରେ ବିଜେଡିକର୍ମୀମାନେ ସହଯୋଗକରିଥିଲେ ।

 

- Advertisement -

Leave A Reply

Your email address will not be published.