ବ୍ରିଜରେ ଝୁଲିଲା ବାଲିବୋଝେଇ ହାଇୱା

0 162

ବାରଙ୍ଗ,୧।୯(ଏସଏସନିଉଜ)ଦ୍ରୁତଗତିରେ ଆସୁଥିବା ହାଇୱାଟି ଭାରସାମ୍ୟ ହରାଇ ରଘୁନାଥପୁର ଗାଁମୁଣ୍ଡରେ ଥିବା ବୁଢାନାଳ ସେତୁର ବ୍ୟାରିକେଡ଼କୁ ଧକ୍କାଦେଇ ଝୁଲି ପଡିଥିଲା।ଦୁର୍ଘଟଣା ପରେ ଘଟଣା ସ୍ଥଳରୁ ହାଇୱା ଚାଳକ ଫେରାର ହୋଇଯାଇଥିବା ବେଳେ କାହାର କୌଣସି କ୍ଷତି ହୋଇନଥିବା ଜଣାପଡ଼ିଛି।
ପ୍ରକାଶ ଯେ, ନନ୍ଦନକାନନ ଥାନା ଅନ୍ତର୍ଗତ ରଘୁନାଥପୁରଗାଁ ମୁଣ୍ଡ ବ୍ରିଜ ଉପରେ ଶୁକ୍ରବାର ସକାଳ ପ୍ରାୟ ୭ଟା ସମୟରେ ଭୁବନେଶ୍ୱର ପଟୁ ନନ୍ଦନକାନନ ଅଭିମୁଖେ ଆସୁଥିବା ବାଲି ବୋଝେଇ ହାଇୱା ଓଆର୦୨ ବିଏଲ୯୧୩୧ ଟି କୌଣସି କାରଣରୁ ଭାରସାମ୍ୟ ହରାଇ ବ୍ରିଜର ବ୍ୟାରିକେଡ଼କୁ ଧକ୍କା ଦେଇଥିଲା।ଫଳରେ ହାଇୱାଟି ବ୍ରିଜ ତଳକୁ ଝୁଲି ରହିଥିଲା।ସୌଭାଗ୍ୟ ବଶତଃ କେହି ମୃତାହତ ହୋଇନଥିବା ବେଳେ ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ନନ୍ଦନକାନନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦେଖା ଦେଇଥିବା ଟ୍ରାଫିକ ସମସ୍ୟାକୁ ନିୟନ୍ତ୍ରଣ କରିବା ସହ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରି ତଦନ୍ତ ଜାରି ରଖିଛନ୍ତି।

Leave A Reply

Your email address will not be published.