ଟଙ୍କା ନେଲେ ଦେଲେନି ଜମି

ଗିରଫହେଲେ ଜମିମାଲିକ

0 220

ବାରଙ୍ଗ,୧।୯(ଏସଏସନିଉଜ)ଜମି ବିକ୍ରି କରିବାକୁ ରାଜିହୋଇ ଅଗ୍ରୀମ ବାବଦରେ ଟଙ୍କା ଆଣି ଜମି ନଦେବା ଓ ଜମି ଦେବାକୁ କହିଥିବା ବିଲଡରକୁ ଗାଳିଗୁଲଜ କରିବା ଅଭିଯୋଗରେ ବାରଙ୍ଗ ପୋଲିସ ଜମି ବିକ୍ରେତାକୁ ଗିରଫ କରି ଶୁକ୍ରବାର ଦିନ କୋର୍ଟଚାଲଣ କରିଛି।ଗିରଫ ହୋଇଥିବା ଜମି ମାଲିକ ହେଉଛନ୍ତି ମଧୁପୁର ଗାଁର ସରୋଜ ଚନ୍ଦ୍ର ସାହୁ।
ପ୍ରକାଶ ଯେ, କଟକ ବାଦାମବାଡିଥାନା ଶଙ୍କରପୁର ଅଂଚଳର ପିଙ୍କି ପ୍ରଧାନ ନାମକ ମହିଳା ବାରଙ୍ଗ ଅଂଚଳରେ ରିଏଲ ଇଷ୍ଟେଟ ବ୍ୟବସାୟ କରୁଛନ୍ତି।ଗତ ୨୦୧୯ ନଭେମ୍ବର ୧୬ ତାରିଖରେ ମଧୁପୁର ଗ୍ରାମର ସୁରେଶ ଚନ୍ଦ୍ର ସାହୁ ନାମକ ବ୍ୟକ୍ତି ମଧୁପର ମୌଜାରେ ଥିବା ଏକ ଜମିକୁ ବିକ୍ରି ଉଦ୍ଦେଶ୍ୟରେ ପିଙ୍କି ପ୍ରଧାନଙ୍କର ଥିବା ରିଏଲ ଇଷ୍ଟେଟ ସହିତ ଯୋଗାଯୋଗ କରିଥିଲା।ଉଭୟଙ୍କ ସହମତିରେ ବିକ୍ରି ଉଦ୍ଧେଶ୍ୟରେ ଥିବା ଜମିର ମୂଲ୍ୟ ୫୧ ଲକ୍ଷ ଟଙ୍କା ଧାର‌୍ୟ୍ୟ କରାଯାଇ ସେଥିମଧ୍ୟରୁ ୨୪ ଲକ୍ଷ ଟଙ୍କାର ଚେକ୍ ଅଗ୍ରିମ ଆକାରରେ ସୁରେଶ ନେଇଥିଲେ ।ପରବର୍ତୀ ସମୟରେ ସୁରେଶ ଜମି ଦେବାପାଇଁ ରିଏଲ ଇଷ୍ଟେଟ ସହିତ କୌଣସି ଯୋଗାଯୋଗ କରିନଥିଲେ । ପିଙ୍କି ବାରାସ୍କାର ସରୋଜଙ୍କୁ ଜମି ଦେବାକୁ ଅନୁରୋଧ କରିଥିଲେ ମଧ୍ୟ ସୁରେଶ ଶୁଣିନଥିଲେ।ପରେ ଅଗ୍ରୀମ ଟଙ୍କା ଫେରାଇଦେବାକୁ ପିଙ୍କି କହିଥିଲେ।କିନ୍ତୁ ସରୋଜ କଥା ଶୁଣୁନଥିଲେ। ଗତ ଅଗଷ୍ଟ ୨୪ ତାରିଖରେ ସରୋଜ ମଧୁବନ ଗ୍ରାମ ନିକଟରେ ପିଙ୍କିଙ୍କର ଥିବା ରିଏଲ ଇଷ୍ଟେଟ ଅଫିସ ଭିତରକୁ ଯାଇ ଅଶ୍ଳୀଳ ଭାଷାରେ ଗାଲିଗୁଲଜ କରିଥିବାଣେଇ ପିଙ୍କି ଗୁରୁବାରଦିନ ବାରଙ୍ଗଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୁଲିସ ୩୧୯/୨୩ କେଶ ନମ୍ବରରେ ଏକ ମାମଲା ରୁଜୁ କରି ସରୋଜକୁ ଶୁକ୍ରବାରଦିନ ଗିରଫକରି କୋର୍ଟଚାଳଣ କରିଛନ୍ତି।

 

Leave A Reply

Your email address will not be published.