ଭଞ୍ଜନଗର,୩୧ା୧୨(ଏସଏସନିଉଜ)ଆସୁଛି ନୁଆବର୍ଷ ।ଏହାକୁ ଧୁମଧାମରସହ ପାଳିବାକୁ ସମସ୍ତେ ବ୍ୟସ୍ତ ।କିଏ ବଣଭୋଜି କରିବାପାଇଁ ଚିନ୍ତା କରିଛି ତ କିଏ ପରିଭ୍ରମଣରେ ନୁଆବର୍ଷର ମଜା ନେବାକୁ ଯୋଜନା କରିଛି ।ଏହାକୁ ଦୃଷ୍ଟିରେ ରଖି ପର୍ଯ୍ୟଟକ ମାନଙ୍କ ପ୍ରମୁଖ ଆର୍କଷଣର କେନ୍ଦ୍ର ପାଲଟିଥିବା ଭଞ୍ଜନଗରର ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ଜାନୁଆରି ୧ ତାରିଖ ଦିନ ସକାଳ ୮ ଟାରୁ ସଂନ୍ଧ୍ୟା ୭ଟାପର୍ଯ୍ୟନ୍ତ ଉଦ୍ୟାନ ଖୋଲା ରଖିବାକୁ କର୍ତ୍ତୁପକ୍ଷ ନିଷ୍ପତି ନେଇଥିବା ଜଣାପଡିଛି। ୨୫ ଏକର ପରିମିତ ଅଞ୍ଚଳରେ ମ୍ୟୁଜିକାଲା ଫାଉଣ୍ଟେନ, ଆକ୍ବାରିୟମ, ବୋଟିଂ, ଫ୍ୟାମିଲ ଟ୍ରେନ, ଟଏ ଟ୍ରେନ, ବଟାନିକାଲ ଗାର୍ଡେନ, ଟ୍ରି ହାଉସ, ଭିଡିଓ ଗେମ ହାଉସ, ଗୋଲାପ ବଗିଚା, ଭଞ୍ଜଦୋଳି, କଳିଙ୍ଗ ବୋଇତ, କାର ରେସିଂ, ଆର୍ଚ ବ୍ରିଜ ଓ ବିଜ୍ଞାନ ଉଦ୍ୟାନ ରହିଛି।
