ନୂଆବର୍ଷର ପ୍ରଥମ ଦିନରେ ବୀଭତ୍ସ ହତ୍ୟାକାଣ୍ଡ

0 236

ଭୁବନେଶ୍ୱର, ୧/୧(ଏସଏସନିୟୁଜ) ନୂଆବର୍ଷର ପ୍ରଥମ ଦିନରେ ରାଜଧାନୀର ଏୟାରଫିଲଡ ଥାନା ଅଞ୍ଚଳର ସୁନ୍ଦରପଦାର ବୁଧମଣ୍ଡପ ନିକଟରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦକୁ ନେଇ ଖଣ୍ଡାରେ ଆକ୍ରମଣ କରିବାରୁ ସୁନ୍ଦରପଦା ନୂଆସାହିର ଦୀପକ ରାଉତରାୟ ନାମକ ଜଣେ ଯୁବକର ମୃତ୍ୟୁ ଘଟିଛି ।ଗତକାଲି ରାତିରେ ନୁଆବର୍ଷ ଭୋଜି ନୁଆସାହି ଅଞ୍ଚଳର କିଛି ଯୁବକ କରୁଥିବାବେଳେ କପିଳେଶ୍ୱର ଅଞ୍ଚଳର ନିଶାସକ୍ତ ଅବସ୍ଥାରେ କିଛି ଯୁବକ ଆସି ପାଟିତୁଣ୍ଡ କରିଥିଲେ। ଦୀପକ ରାଉତରାୟ ହଜ୍ ପୋଖାରୀ କୂଳ ସୁରକ୍ଷାରେ ଥିବାରୁ ପୋଖରୀ କୂଳରେ ଭୋଜି କରୁଥିବା ପିଲାମାନଙ୍କୁ ବିରୋଧ କରିଥିଲେ ।ଏହି ଘଟଣାକୁ ନେଇ ଏହାପରେ କପିଳେଶ୍ଵର ଅଞ୍ଚର କିଛି ଯୁବକ ଖଣ୍ଡା ସାହାଯ୍ୟରେ ଅତର୍କିତ ଭାବେ ଆକ୍ରମଣ କରିବାରୁ ଘଟଣାସ୍ଥଳରେ ଦୀପୁ ରାଉତଙ୍କର ମୃତ୍ୟୁ ହୋଇଥିଲା ସନ୍ଦେହ କରାଯାଉଛି ।ଖବରପାଇ ଏୟାରଫିଲଡ ଥାନା ପୁଲିସ ଘଟଣାସ୍ଥଳରେ ପହଁଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.