ନୂଆଖାଇରେ ସମଲେଶ୍ୱରୀଙ୍କ ପୀଠରୁ ମିଳିବନି ନବାନ୍ନ

0 276

ସମ୍ବଲପୁର,୨୨/୮ (ଏସ ଏସ ନିୟୁଜ ) ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ରବିବାର ପଡୁଛି । ଏଥର ଘରେ ରହି ପଶ୍ଚିମ ଓଡ଼ିଶାବାସୀ ନୂଆଖାଇ ପାଳନ କରିବେ।ମହାମାରୀକରୋନା ପାଇ ଚଳିତବର୍ଷ ମା’ ସମଲେଶ୍ୱରୀଙ୍କର ସମସ୍ତ ରୀତିନୀତି ହେଲେ ମଧ୍ୟ ନୂଆଖାଇରେ ମନ୍ଦିରରୁ ନବାନ୍ନ ବାହାରିବ ନାହିଁ ।ମା ଙ୍କ ପାଖରେ ନବାନ୍ନ ଲାଗି ପାଇଁ ଲଗ୍ନ ଧାର୍ଯ୍ୟ ହୋଇଯାଇଛି । ଏହି ଲଗ୍ନ ଆଧାରରେ ନୂଆ ଖାଇବେ ଲୋକେ। କିନ୍ତୁ ସାଧାରଣଲୋକଙ୍କ ପାଇ ଦର୍ଶନ ବନ୍ଦ ରହିବ ବୋଲି ମନ୍ଦିର ଟ୍ରଷ୍ଟ ପକ୍ଷରୁ କୁହାଯାଇଛି ।ମାଙ୍କର ସମସ୍ତ ରୀତିନୀତି ସୋସିଆଲ ମିଡିଆ ତଥା ଫେସବୁକ୍ ରେ ଲାଇଭ୍ ହେବ ବୋଲି ଟ୍ରଷ୍ଟ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.