ନୂତନ ବସଷ୍ଟାଣ୍ଡର ହେଲା ଭିତିପ୍ରସ୍ତର ସ୍ଥାପନ

0 271

କଟକ,୨୩/୧୨(ଏସଏସନିୟୁଜ)ଆଜି କଟକ ଜିଲ୍ଲା ବାରଙ୍ଗ ବ୍ଲକ ତ୍ରିଶୂଳିଆ ନିକଟସ୍ଥ କୁହ୍ନେଇପଦା ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଅପରାହ୍ନ ୫ଘଟିକା ସମୟରେ ଭର୍ଚୁଆଲ ମୋଡରେ ନିର୍ମିତ ହେବାକୁ ଥିବା ବସଷ୍ଟାଣ୍ଡର ଶିଳାନ୍ୟାସ କରିଛନ୍ତି। ପ୍ରକାଶ ଥାଉକି ରାଜ୍ୟର ୨୨ଟି ଜିଲ୍ଲାରେ ଅର୍ଦ୍ଧ ସହରାଞ୍ଚଳ ଗୁଡିକରେ ୫୫ଗୋଟି ସ୍ଥାନରେ ପରିବହନ ବ୍ୟବସ୍ଥାକୁ ସୁସଂହତ କରିବା ସହିତ ଗ୍ରାମାଞ୍ଚଳ ଅର୍ଥନୀତିକୁ ପରିପୃଷ୍ଟ କରିବା ଲକ୍ଷ ନେଇ ନୂତନ ଭାବରେ ବସଷ୍ଟାଣ୍ଡ ନିର୍ମାଣ କରାଯିବ ବୋଲି ଜଣାଯାଇଛି। ଗମନା ଗମନ କ୍ଷେତ୍ରରେ ବିଶେଷ ଭାବରେ ଅର୍ଦ୍ଧ ସହରାଞ୍ଚଳ ମାନଙ୍କରେ ଯାତ୍ରୀ ମାନଙ୍କର ଯାତାୟତ ସୁବିଧାକୁ ଦୃଷ୍ଟିରେ ରଖି ମାନ୍ୟବର ମୁଖ୍ୟମନ୍ତ୍ରୀ ଏଭଳି ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଥିବା ପ୍ରାପ୍ତ ସୂଚନାରୁ ପ୍ରକାଶ।ନବନିର୍ମିତ ବସଷ୍ଟାଣ୍ଡ ଗୁଡିକରେ ଯାତ୍ରୀ ପ୍ରତୀକ୍ଷାଳୟ,

ଶୌଚାଳୟ,ସାମୟୀକ ରାତ୍ରୀ ରହାଣୀ ବ୍ୟବସ୍ଥା ଉପଲବ୍ଧ ହେବବୋଲ ଜଣାଯାଇଛି, ଯାହାଫଳରେ ଯାତ୍ରୀମାନେ ଗନ୍ତବ୍ୟସ୍ଥଳକୁ ସୁରକ୍ଷିତ ଭାବେ ଯାତାୟତ କରିପାରିବେ। ସାଧାରଣ ଲୋକଙ୍କ ଆବଶ୍ୟକତାକୁ ଗୁରୁତ୍ୱ ଦେଇ ଏଭଳି ଯୋଜନା କାର‌୍ୟ୍ୟକାରୀ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ସୂଚନା ଯୋଗ୍ୟ ଯେଉଁ ସ୍ଥାନରେ ବସଷ୍ଟାଣ୍ଡ ହେବାକୁ ଯାଉଛି ସେଠାରେ ପୂର୍ବରୁ କୌଣସି ପରିବହନ ରହଣୀସ୍ଥଳର ଭିତ୍ତିଭୂମି ଉପଲବ୍ଧ ନଥିଲା।ଏହି ଆଭାସୀ କାର‌୍ୟ୍ୟକ୍ରମରେ ବାଙ୍କୀ ବିଧାୟକ ଶ୍ରୀଦେବୀ ରଞ୍ଜନ ତ୍ରିପାଠୀ, କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ,ଆଂଚଳିକ ପରିବହନ ଅଧିକାରୀ ସଞ୍ଜୟ ବେହେରା,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲଲାଟେନ୍ଦୁ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।(ଗୈାତମରାଉତଙ୍କ ରିପୋର୍ଟ)

Leave A Reply

Your email address will not be published.