ଭୁବନେଶ୍ୱର୧୫ା୭(ଏସଏସନିଉଜ)ଓଏଏସ ସ୍ତରରେ ଅଦଳବଦଳ କରାଯାଇଛି ।ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଥିବା ଏହି ଅଦଳବଦଳ ଅନୁଯାୟୀ ମଦନିଗମ ପରିଚାଳନାନିର୍ଦ୍ଦେଶକ ପ୍ରସନ୍ନକୁମାରଷଡ଼ଙ୍ଗୀଙ୍କୁ ରାଜଧାନୀ କ୍ଷେତ୍ରୀୟ ସହରାଞ୍ଚଳ ପରିବହନର ସାଧାରଣ ପରିଚାଳକ ,ଅଶୋକକୁମାରପଣ୍ଡାଙ୍କୁ ଶ୍ରମ ବିଭାଗର ଅତିରିକ୍ତସଚିବ ସହିତ ଇଏସ୍ଆଅଇର ନିର୍ଦ୍ଦେଶକ , ଦୀପ୍ତିମହାପାତ୍ରଙ୍କୁ କାଜୁ ଉନ୍ନୟନନିଗମର ପରିଚାଳନା ନିର୍ଦ୍ଦେଶକ, ନିବେଦିତାବିଶ୍ୱାଳଙ୍କୁ ଶ୍ରମ ବିଭାଗର ଯୁଗ୍ମସଚିବ ସହ ଓଡ଼ିଶାନିର୍ମାଣ ଶ୍ରମିକ କଲ୍ୟାଣବୋର୍ଡର ଓଏସ୍ଡି୍, ବରଣ୍ୟେନ୍ଦୁମହାନ୍ତିଙ୍କୁ ଅନୁଗୁଳଉପଜିଲ୍ଲାପାଳ, ଜିତେନ୍ଦ୍ରକୁମାରପାତ୍ରଙ୍କୁ ଆଠମଲ୍ଲିକ ଉପଜିଲ୍ଲାପାଳ, ପରୀକ୍ଷିତସାହୁଙ୍କୁ ଦେବଗଡ଼ଉପଜିଲ୍ଲାପାଳ, ପ୍ରଶାନ୍ତ କୁମାରତରାଇଙ୍କୁ ଆଠଗଡ଼ଉପଜିଲ୍ଲାପାଳ ଏବଂ ସମ୍ପଦକୁମାରଦଳାଇଙ୍କୁ ଭୁବନେଶ୍ୱର ସ୍ମାର୍ଟସିଟିର ସାଧାରଣ ପରିଚାଳକ ଭାବେ ବଦଳି କରାଯାଇଛି ।ସେହିଭଳି ୧୩୫ଜଣ ଇନ୍ସପେକ୍ଟରଙ୍କୁ ଡିଏସ୍ପିି ପାହ୍ୟାକୁ ପଦୋନ୍ନତି କରାଯାଇ ସେମାନଙ୍କର ନୂଆସ୍ଥାନକୁ ବଦଳି କରାଯାଇଛି ।ଏହାସହ ୧୪୧ଜଣ ସବ୍ଇନନ୍ସପେକ୍ଟରଙ୍କୁ ଇନ୍ସପେକ୍ଟର ପାହ୍ୟାକୁ ମଧ୍ୟ ପଦୋନ୍ନତି ଦିଆଯାଇଛି ।
