ଭୁବନେଶ୍ୱର,୧୪।୯(ଏସଏସନିଉଜ)ଅକ୍ଟୋବର ମାସ ଆସିଲେ ଓଡିଶାକୁ ବାତ୍ୟାଭୟ ଆରମ୍ଭ ହୁଏ ।ଆଉ ଦିନକେଇଟା ପରେ ଅକ୍ଟୋବରମାସ ଆସୁଛି।ତାଆଗରୁ ଓଡିଶା ଉପରେ ବାତ୍ୟାନେଇ ଆଶଙ୍କା ବଢିବାରେ ଲାଗିଛି।ତେବେ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଓଡ଼ିଶାର ପାଣିପାଗ କଣ ରହିବବଡ଼ ସୂଚନା ଦେଇଛନ୍ତି ।ସାଧାରଣତଃ ବଙ୍ଗୋପସାଗର ଏବଂ ଆରବସାଗରରେ ୫ଟି ବାତ୍ୟା ସୃଷ୍ଟି ହୋଇଥାଏ ।ତାଭିତରେ ୩ଟି ବତ୍ୟା ଅକ୍ଟୋବରରୁ ଡିସେମ୍ବରରେ ସୃଷ୍ଟି ହୋଇଥାଏ ।ମାତ୍ର ଏବର୍ଷ ଏଯାଏଁ କୌଣସି ବାତ୍ୟା ବଙ୍ଗୋପସାଗର କିମ୍ବା ଆରବସାଗରରେ ସୃଷ୍ଟି ହୋଇନାହିଁ।ହେଲେ ଅକ୍ଟୋବରରୁ ଡିସେମ୍ବର ମାସରେ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବାର ଆଶଙ୍କାକୁ ଏଡାଇ ଦିଆଯାଇ ନପାରେ ବୋଲି ଆଇଏମଡି ଡିଜି ସୂଚନା ଦେଇଛନ୍ତି।
