ଓଢଣୀ ବେକରେ ଲଗାଇ ନାବାଳିକାର ଆତ୍ମହତ୍ୟା

0 611

ମାଲକାନାଗିରି, ୧/୮ (ଏସ୍‌.ଏସ୍‌.ନିୟୁଜ) ପାରିବାରିକ କଳହ କୁ ନେଇ ଜଣେ ନାବାଳିକା  ଆତ୍ମହତ୍ୟା କରିଛି । ଏହି ଘଟଣା  ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ରେ ,ଏମ ଭି ୮୧ ଗ୍ରାମରେ ଘଟିଛି ।ପ୍ରକାଶ ଯେ ,   ଉକ୍ତ ଗ୍ରାମର ଜଣେ ୧୬ ବର୍ଷର ନାବାଳିକା ସୁମିନା(ଛଦ୍ନନାମ) ନିଜ ଓଢ଼ଣୀ  ବେକରେ ବାନ୍ଧି ଶନିବାର ଦିନ  ଆତ୍ମହତ୍ୟା କରିଥିବାର ପାରିବାରିକ ଲୋକ ଦେଖିବାକୁ ପାଇଥିଲେ। ଘରର କବାଟ ବନ୍ଦ ଥିବାରୁ ଝରକା ରେ ନାବାଳିକା ଜଣଙ୍କ ଝୁଲୁଥିବାର ପରିବାର ଲୋକେ ଦେଖି ସମ୍ପକୀୟମାନଙ୍କୁ ଖବର ଦେଇଥିଲେ।ଏହାପରେ ପୋଲିସ ଆସି ମୃତଦେହକୁ ଜବତ କରି କାଲିମେଳା ସ୍ୱାସ୍ଥ୍ୟକେନ୍ଦ୍ରକୁ ବ୍ୟବଛେଦ ପାଇଁ ପଠାଇଥିଲେ। ପାରିବାରିକ କଳହ କାରଣରୁ ନାବାଳିକା ଜଣଙ୍କ ଆମହତ୍ୟା କରିଥିବାର ପ୍ରାଥମିକ ତଦନ୍ତରୁ ପୋଲିସ ଜାଣିବାକୁ ପାଇଥିବାବେଳେ ମୋଟୁ ଥାନାରେ  ୧୮/୨୦ ରେ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.