ଅମାନିଆଙ୍କ ପାଇଁ କାଳ ହେବ ହ୍ୱାଟ୍ସଆପ୍ ନମ୍ବର

0 288

ଭୁବନେଶ୍ବର,୧/୮(ଏସ॰ଏସ॰ନିୟୁଜ) ସାବାଡ ହେବେ ଅମାନିଆ । କରୋନା କଟକଣା ଉଲ୍ଲଂଘନ କରୁଥିଲେ ଏବେଠାରୁ ସାବଧାନ ହେଇଯାନ୍ତୁ ।କାରଣ ସାମାଜିକ ଦୁରତ୍ବ ଓ ମାସ୍କ ନପିନ୍ଧିଲେ ସିଧାସଳଖ କାର୍ଯାନୁଷ୍ଠାନ। ସର୍ବସାଧାରଣଙ୍କ ଲାଗି ହ୍ୱାଟ୍ସଆପ୍ ନଂ.୭୪୪୦୦୦୬୭୦୯ ନମ୍ବର ଜାରି କରିଛନ୍ତି ଡିସିପି ଉମାଶଙ୍କର ଦାଶ ।ହ୍ୱାଟ୍ସଆପ୍ ନମ୍ବରରେ ଯେକେହି ଆପଣଙ୍କ ଭୁଲକୁ ମୋବାଇଲ ରେ ଫଟୋ କିମ୍ବା ଭିଡିଓ କରି ପଠାଇବାକୁ ଡିସିପି ଅନୁରୋଧ କରିଛନ୍ତି ।ଯେକୌଣସି ବ୍ୟକ୍ତି ନିୟମ ଉଲଙ୍ଘନ କରୁଥିବେ ସେମାନଙ୍କ ଭିଡିଓ ସହ କେଉଁ ସ୍ଥାନରେ ନିୟମ ଉଲଙ୍ଘନ କରୁଛନ୍ତି ଡିଟେଲ ଦେଲେ ପୋଲିସ ପହଁଞ୍ଚି ଓ ସେମାନଙ୍କ ବିରୋଧରେ କାର୍ଯାନୁଷ୍ଠାନ ନିଆଯିବ ବୋଲି ଡିସିପି କହିଛନ୍ତି ।ନବନିଯୁକ୍ତ ଡିସିପି ଉମାଶଙ୍କର ଦାଶ କରୋନା କଟକଣା ଉଲ୍ଲଂଘନ କରୁଥିବା ଅମାନିଆଙ୍କୁ ସାବାଡ କରିବା ପାଇ ଏହି ନୂଆ ଯୋଜନା କରିଛନ୍ତି ।

Leave A Reply

Your email address will not be published.