ଓଡିଶା-ଆନ୍ଧ୍ରସୀମାରେ ଟ୍ରେନ୍ ଦୁର୍ଘଟଣା

0 98

ଭୁବନେଶ୍ୱର,୨୯।୧୦(ଏସଏସନିଉଜ)ଓଡିଶା-ଆନ୍ଧ୍ର ସୀମାରେ ଟ୍ରେନ୍ ଦୁର୍ଘଟଣା ଘଟିଛି ।ରବିବାର ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଆଲମଣ୍ଡା- କାଣ୍ଟାକାପାଲିରେ ଏହି ଦୁର୍ଘଟଣା ଘଟିଛି ।ବିଶାଖାପାଟଣା-ପଲାସା ଓ ବିଶାଖାପାଟଣା-ରାୟଗଡା ଟ୍ରେନ୍ ଦୁର୍ଘଟଣା ହେବା ଯୋଗୁ ୬ ଜଣଙ୍କ ମୃତ୍ୟୁ ଘଟିଥିବାନେଇ ସରକାରୀ ସୂତ୍ରରୁ କୁହାଯାଇଛି। ତେବେ ଆଗକୁ ମୃତାହତଙ୍କ ସଂଖ୍ୟା ବଢିପାରେ ବୋଲି ଜଣାପଡିଛି । ବିଜୟନଗରମର ଆଲମଣ୍ଡା-କଣ୍ଟକପାଲି ମଧ୍ୟରେ ଏହି ଦୁର୍ଘଟଣା ଘଟିଛି । ଗୋଟିଏ ଟ୍ରେନକୁ ଅନ୍ୟ ଟ୍ରେନଟି ପଛପଟୁ ଧକ୍କା ଦେଇଛି । ଟ୍ରେନ୍ ଧକ୍କା ଦେବା ଫଳରେ ଦୁଇଟି ବଗି କ୍ଷତିଗ୍ରସ୍ତ ହୋଇଛି ।ସିଗନାଲ ଓଭରସୁଟିଂରୁ ଦୁଇ ଟ୍ରେନ୍ ଭିତରେ ଦୁର୍ଘଟଣା । ଏହି ଦୁର୍ଘଟଣାରେ ବିଶାଖାପାଟଣା-ପଲାସାର ଦୁଇଟି ବଗି ସହିତ ବିଶାଖାପାଟଣା-ରାୟଗଡାର ଇଞ୍ଜିନ ଲାଇନଚ୍ୟୁତ ହୋଇଛି । ତେବେ ଘଟଣାସ୍ଥଳରେ ରେସ୍କ୍ୟୁ ଅପରେସନ୍ ଆରମ୍ଭ ହୋଇଥିବା ବେଳେ,ଲୋକମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ଭୁବନେଶ୍ୱରରୁ ମଧ୍ୟ ଗୋଟିଏ ରେସ୍କ୍ୟୁ ଟିମ୍ ବାହାରିସାରିଛି । ବିଶାଖାପାଟଣା ଅଭିମୁଖ ଗୋଟିଏ ଟିମ୍ ଏବଂ ବିଜୟନଗରମକୁ ଗୋଟିଏ ଟିମ୍ ପଠାଯାଇଛି । ସେପଟେ ଏହି ଘଟଣାର ତଦନ୍ତ ପାଇଁବଆନ୍ଧ୍ର ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.