ଭୁବନେଶ୍ୱର,୧୯।୬(ଏସଏସନିଉଜ)କଂଗ୍ରେସ ତରଫରୁ ଭୁବନେଶ୍ୱରରେ ହେବାକୁ ଯାଉଛି ବଡ଼ ସମାବେଶ। ଯେଉଁଥିରେକି ରାହୁଲ ଗାନ୍ଧୀ ଓ କଂଗ୍ରେସ ଦଳ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ସାମିଲ ହେବାକୁ ଯାଉଛନ୍ତି।ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଓ ବର୍ଷକର ସରକାର ବିଫଳତାକୁ ନେଇ ଏହି ସମାବେଶ କରିବାକୁ ଯାଉଛି କଂଗ୍ରେସ । ଜୁଲାଇ ୯ରେ ରାହୁଲ ଗାନ୍ଧୀ ଓଡ଼ିଶାରେ ଆସି ପହଞ୍ଚିବେ ବୋଲି ଜଣାପଡିଛି।
