ଓଡିଶା ଆସିଲା ବାଲାଟ ବକ୍ସ

0 233

ଭୁବନେଶ୍ୱର,୧୩/୭(ଏସଏସନିଉଜ)ଆସନ୍ତା ୧୮ ତାରିଖରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ ବାଲାଟ୍ ବକ୍ସ ଓ ନିର୍ବାଚନ ସମ୍ପର୍କିତ ସମସ୍ତ ସାମଗ୍ରୀ ଓଡିଶା ପହଞ୍ଚିଛି । ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ସମସ୍ତ ସାମଗ୍ରୀକୁ କଡା ସୁରକ୍ଷା ବଳୟରେ ବିଧାନସଭା ପରିସରରେ ଥିବା ଷ୍ଟ୍ରଂଗରୁମକୁ ନିଆଯାଇଛି । ସେଠାରେ ୨୪ ଘଣ୍ଟିଆ ସୁରକ୍ଷା ବଳୟ ମଧ୍ୟରେ ବାଲାଟ୍ ବକ୍ସ ନିର୍ବାଚନ ସମ୍ପର୍କିତ ସାମଗ୍ରୀକୁ ରଖାଯାଇଛି!.. ସେପଟେ ଓଡିଶା ବିଧାନସଭା ସଚିବାଳୟ ପକ୍ଷରୁ ରାଷ୍ଟ୍ରପତି ନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଧାନସଭାର ପ୍ରଥମ ମହାଲ ୫୪ ନମ୍ବର କଠୋରୀରେ ଜୁଲାଇ ୧୮ ତାରିଖ ଦିନ ୧୦ଟାରୁ ଅପରାହ୍ନ ୫ଟା ଯାଏଁ ଭୋଟ ଗ୍ରହଣ ହେବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି ।

 

Leave A Reply

Your email address will not be published.