ଓଡ଼ିଶାକୁ ଫେରିଲା ମାସ୍କ କଟକଣା

0 150

ଭୁବନେଶ୍ୱର,୨୫।୪(ଏସଏସନିଉଜ)ଓଡ଼ିଶାରେ ପୁଣି ଫେରିଲା ମାସ୍କ କଟକଣା।ସମସ୍ତ ସ୍ୱାସ୍ଥ୍ୟାନୁଷ୍ଠାନରେ ମାସ୍କ ପିନ୍ଧିବା ହୋଇଛି ବାଧ୍ୟତାମୂଳକ।ଦିନକୁଦିନ ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବାରୁ ରାଜ୍ୟ ସରକାର ନୂଆ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବାରୁ ସମସ୍ତ ସ୍ୱାସ୍ଥ୍ୟ ପ୍ରତିଷ୍ଠାନମାନଙ୍କରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରିଛନ୍ତି ରାଜ୍ୟ ସରକାର ।ରାଜ୍ୟର ସମସ୍ତ କ୍ଲିନିକ ଓ ଲାବୋରେଟୋରୀମାନଙ୍କରେ କାର୍ଯ୍ୟରତ ଥିବା କର୍ମଚାରୀମାନେ ମାସ୍କ ପିନ୍ଧି ଡ୍ୟୁଟି କରିବେ । ଯେଉଁ ଲୋକମାନେ ଥଣ୍ଡା, ଜ୍ୱର ଓ କାଶରେ ପୀଡ଼ିତ ଥିବେ ସେମାନେ ବି ମାସ୍କ ପିନ୍ଧିବେ ।

Leave A Reply

Your email address will not be published.