ଓଡ଼ିଶାରେ ଆଜି ପହଞ୍ଚିବ ୪ଟି ଟ୍ରେନ

0 482

ତାରିଖ ୦୭/୦୫/୨୦, ଗୁରୁବାର ,ଆଜି ବୁଦ୍ଧ ପୂର୍ଣ୍ଣିମା, ଚନ୍ଦନ ପୂର୍ଣ୍ଣିମା, ବୈଶାଖ ବ୍ରତ ସମାପନ
୧-ଭୁବନେଶ୍ୱର:କରୋନା କାୟାରେ ୧୭ ଜିଲା – ୧୮୫ ଆକ୍ରାନ୍ତ।ଶୀର୍ଷରେ ଯାଜପୁର, ଖୋର୍ଧା ଦ୍ବିତୀୟ, ବାଲେଶ୍ବର ୩ୟସ୍ଥାନରେ।
୨-କ୍ୱାରେଣ୍ଟାଇନ ନିୟମ ଭାଙ୍ଗିଲେ ମିଳିବନି ସରକାରୀ ସୁବିଧା । ଯିଏ ବିଶୃଙ୍ଖଳା କରିବ ସିଏ ଅନ୍ୟ ଜିଲ୍ଲାର ସଙ୍ଗରୋଧ କେନ୍ଦ୍ରକୁ ସ୍ଥାନାନ୍ତରିତ ହେବ । ମହାମାରୀ ମୁକାବିଲା ପାଇଁ ୧୨ ହଜାର ସେଣ୍ଟର, ୫ ଲକ୍ଷ ଶଯ୍ୟା ପ୍ରସ୍ତୁତ କରି ଓଡିଶା ଦେଶର ପ୍ରଥମ।
୩-ଜୁଲାଇ ୨୪ରେ ଯୁକ୍ତ ତିନି ଶେଷ ବର୍ଷର ପରୀକ୍ଷା, ସୂଚନା ଦେଲେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ।
୪-ଆରୋଗ୍ୟ ସେତୁ ଆପ୍ ଲିଙ୍କ୍ ପ୍ରତି ସତର୍କ – ଧରାପଡ଼ିଲା ପାକିସ୍ତାନ ଗୋଷ୍ଠୀର ଚକ୍ରାନ୍ତ।
୫-ପାଣିପାଗ ବିଭାଗର ପୂର୍ବାନୁମାନ:ଲଘୁଚାପ ଦୁର୍ବଳ, କିନ୍ତୁ ଲାଗି ରହିବ କାଳବୈଶାଖୀ।
୬-ଜଗତସିଂହପୁରକୁ ଛୁଇଁଲା କରୋନା:ପ୍ରଥମ ଥର ପାଇଁ ଜିଲ୍ଲାରେ ୪ କରୋନା ଆକ୍ରାନ୍ତ ଚିହ୍ନଟ । ସମସ୍ତେ ସୁରତ ଫେରନ୍ତା । ୪ ଆକ୍ରାନ୍ତଙ୍କ ମଧ୍ୟରୁ ଗୋଟିଏ ପରିବାରର ୩ ପଜିଟିଭ।
୭-କଟକ:ଲକ୍ ଡାଉନ୍ ରେ ବଢୁଛି ଘରୋଇ ହିଂସା: ନିର‌୍ୟାତନା ଅଭିଯୋଗ ଆଣିଲେ ୧୯୮୧ ମହିଳା।
୮-କେନ୍ଦ୍ରାପଡ଼ାକୁ ଫେରିଲା କରୋନା:ବିରତି ପରେ ପୁଣି ଜଣେ ନୂଆ ଆକ୍ରାନ୍ତ ଚିହ୍ନଟ, ୬୦ ବର୍ଷୀୟ ବୃଦ୍ଧଙ୍କ ନମୂନା ଆସିଲା ପଜିଟିଭ୍, କୋଲକାତା ଫେରନ୍ତା ବୋଲି ତଥ୍ୟ ଦେଲେ ସରକାର ।
୯-ଆଜିଠୁ ଖୋଲିବ ବିଶ୍ବବିଦ୍ୟାଳୟ:୩୦%କର୍ମଚାରୀଙ୍କୁ ନେଇ ହେବ କାମ,କୋଭିଡ-୧୯ ନିୟମ ପାଳିବାକୁ ନିର୍ଦ୍ଦେଶ।
୧୦-ଓଡ଼ିଶାରେ ଆଜି ପହଞ୍ଚିବ ୪ଟି ଟ୍ରେନ, ଆସୁଛନ୍ତି ୪୬୨୭ ପ୍ରବାସୀ।
୧୧-ଏଥର ପିଜି ପାଠ୍ୟକ୍ରମ ପାଇଁ ଏକକ ପ୍ରବେଶିକା:କୁଳପତିଙ୍କ ସହ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଆଲୋଚନା।
୧୨-ଆରମ୍ଭ ହେଲା ବିଶ୍ୱର ସବୁଠୁ ବଡ଼ ଘର ବାହୁଡ଼ା ଅଭିଯାନ ‘ବନ୍ଦେ ଭାରତ ମିଶନ’,୧୨ ଦେଶରୁ ୧୫ ହଜାର ଭାରତୀୟଙ୍କୁ କରାଯିବ ଏୟାର ଲିଫ୍ଟ।
୧୩-ମୋଦିଙ୍କୁ ଅବଗତ କଲେ ବିଶେଷଜ୍ଞ,୩୦ରୁ ଅଧିକ କରୋନା ଟିକା ପ୍ରସ୍ତୁତ ଚାଲିଛି।
୧୪-ଜମ୍ମୁ କାଶ୍ମୀରରେ ସେନାକୁ ବଡ଼ ସଫଳତା । ଏନକାଉଣ୍ଟରରେ ନିପାତ ହେଲା ହିଜବୁଲ ମୁଜାହିଦିନ ଆତଙ୍କୀ ରିଆଜ୍ ନାଇକୁ, ବୁରହାନ ୱାନି ପରେ ହିଜବୁଲ ମୁଜାହିଦିନର ଥିଲା ଘାଟି ମୁଖ୍ୟ ।

Leave A Reply

Your email address will not be published.