ଓଡ଼ିଶାରେ ପେଟ୍ରୋଲ ଦର ୧୦୦ ଟପିଲା

0 417

ଭୁବନେଶ୍ୱର,୨୦/୬(ଏସଏସନିୟୁଜ) ରବିବାର ଦିନ ଦେଶରେ ପୁଣି ପେଟ୍ରୋଲ ଲିଟର ପିଛା ୨୯ ପଇସା ଓ ଡିଜେଲ ଲିଟର ପିଛା ୩୦ ପଇସା ବୃଦ୍ଧି ପାଇଛି ।ଫଳରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୭.୨୨ ଓ ଡିଜେଲ ଲିଟର ପିଛା ୮୭.୯୭ ଟଙ୍କାରେ ବିକ୍ରି ହେଉଛି । ଏହାଫଳରେ ଓଡ଼ିଶାର ୫ ଜିଲ୍ଲାରେ ପେଟ୍ରୋଲ ଦର୧୦୦ ଟଙ୍କା ଟପିଛି । ମାଲକାନଗିରିରେ ପେଟ୍ରୋଲ ୧୦୩.୦୫ ଓ ଡିଜେଲ ୧୦୦.୭୮ ଟଙ୍କା, କୋରାପୁଟରେ ପେଟ୍ରୋଲ.୧୦୨.୨୯ ଓ ଡିଜେଲ ୧୦୦.୦୫ ଟଙ୍କା, କଳାହାଣ୍ଡିରେ ପେଟ୍ରୋଲ ୧୦୦.୬୭ରେ ଓ ଗଜପତିରେ ପେଟ୍ରୋଲ ୧୦୦.୩୦, ରାୟଗଡ଼ାରେ ପେଟ୍ରୋଲ ଲିଟର ପିଛା ୧୦୧.୪୭ ଟଙ୍କାରେ ବିକ୍ରି ହେଉଛି ।

Leave A Reply

Your email address will not be published.