ଓଡିଶାରେ ପ୍ରଥମ ମୁଣ୍ଡ ନେଲା ଓମିକ୍ରନ୍

ଭୁବନେଶ୍ୱର,୬/୧(ଏସଏସନିୟୁଜ) ରାଜ୍ୟରେ ପ୍ରଥମ ଓମିକ୍ରନ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ବଲାଙ୍ଗୀର ଆଗଲପୁର ଅଞ୍ଚଳର ୪୫ ବର୍ଷୀୟ ଜଣେ ମହିଳା ହୋଇଥିବାବେଳେ ସମ୍ବଲପୁର ବୁର୍ଲାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଛାତିରେ ଯନ୍ତ୍ରଣା ପାଇଁ ଗତ ୨୨ରେ ଭୀମଭୋଇ ମେଡିକାଲରେ ସେ ଭର୍ତ୍ତି ହୋଇଥିଲେ । ପରେ ତାଙ୍କୁ ବୁର୍ଲା ମେଡିକାଲକୁ ପଠାଯାଇଥିଲା । ୨୩ ତାରିଖରେ ବୁର୍ଲାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କଠାରେ କୋଭିଡ୍ ଲକ୍ଷଣ ଦେଖାଯାଇଥିଲା ।ପରୀକ୍ଷା ପରେ କୋଭିଡ୍ ପଜିଟିଭ୍ ଚିହ୍ନଟ ହେବାପରେ ଜେନେମ ସିକ୍ବେନ୍ସିଂ ପାଇଁ ନମୁନା ପଠାଯାଇଥିଲା । ଓମିକ୍ରନ ରେଜଲ୍ଟ ଆସିବା ପୂର୍ବରୁ ୨୭ରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ସଂପୃକ୍ତ ମୃତକଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କର ଆରଟିପିସିଆର ଟେଷ୍ଟ କରିବା ସହ ତାଙ୍କ କଣ୍ଟାକ୍ଟ ଟ୍ରେସିଂ କରିବାକୁ ଏକ ଡାକ୍ତରୀଟିମ୍ ଉଦ୍ୟମ ଆରମ୍ଭ କରିଥିବାର ବଲାଙ୍ଗିର ସିଡିଏମଓ ଡ଼. ସ୍ନେହଲତା ସାହୁ ସୂଚନା ଦେଇଛନ୍ତି ।

 

 

- Advertisement -

Leave A Reply

Your email address will not be published.