ଅପରେସନ୍ ବେଳେ କଟିଗଲା ଖାଦ୍ୟନଳୀ

0 308

ସମ୍ବଲପୁର,୪/୩(ଏସ ଏସ ନିୟୁଜ) ଡାକ୍ତରଙ୍କ ଭୁଲ ଚିକତ୍ସା ଯୋଗୁଁ ମହିଳା ଗୁରୁତର ହୋଇଥିବାର ଅଭିଯୋଗ ହୋଇଛି । ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର ସମୟରେ ଖାଦ୍ୟନଳୀ କାଟି ଦେଇଥିବା ଭଳି ସାଂଘାତିକ ଅଭିଯୋଗ ଆସିଛି । ଗୁରୁତର ଅବସ୍ଥାରେ ମହିଳାଙ୍କୁ ବୁର୍ଲା ଭୀମସାରରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ମହିଳାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡିଛି ।
ପ୍ରକାଶ ଯେ, ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ କୁହାକୁଣ୍ଡାର ଜିତେନ ଭୋଇଙ୍କ ପତ୍ନୀ ସରିତା ଭୋଇ ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର ପାଇଁ ଲଖନପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସିଥିଲେ । ତେବେ ସେଠାରେ ତାଙ୍କର ଅସ୍ତ୍ରୋପଚାର କରାଯିବା ସମୟରେ ଡାକ୍ତର ଖାଦ୍ୟନଳୀ କାଟି ଦେବାରୁ ଗୁରୁତର ଅବସ୍ଥାରେ ପ୍ରଥମେ ଝାରସୁଗୁଡା ସଦର ମେଡିକାଲ ଓ ପରେ ବୁର୍ଲାରେ ଭର୍ତ୍ତି କରାଯାଇଥିଲା । ତେବେ ଡାକ୍ତରଙ୍କ ଭୁଲ ଯୋଗୁଁ ଏପରି ଘଟଣା ଘଟିଥିବାର ପରିବାର ପକ୍ଷରୁ ଅଭିଯୋଗ କରାଯାଇ ଡାକ୍ତରଙ୍କ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ସାଙ୍ଗକୁ ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବାକୁ ପରିବାର ଲୋକ ଦାବି କରିଛନ୍ତି ।

Leave A Reply

Your email address will not be published.