ବାରଙ୍ଗ,୧୫/୭(ଏସ ଏସ ନିୟୁଜ)ମୁଣ୍ଡଳୀରେ ପହଞ୍ଚିଲା ଚଳିତ ବର୍ଷର ମହାନଦୀର ପ୍ରଥମ ବନ୍ୟାଜଳ।ବୁଧବାର ସକାଳ ସମୟରେ ମୁଣ୍ଡଳୀରେ ବନ୍ୟାଜଳ ପହଞ୍ଚିବା ପରେ ଜଳସ୍ତର ଧିରେ ଧିରେ ବୃଦ୍ଧି ପାଇଛି।ଆଜି ସନ୍ଧ୍ୟା ସୁଦ୍ଧା ମୁଣ୍ଡଳୀ ବ୍ୟାରେଜ ଦେଇ ସାଠିଏ ହଜାର ଚାରିଶହ କ୍ୟୁସେକ ଜଳ ପ୍ରବାହିତ ହେଉଛି।ଅନ୍ୟପଟେ ତଳ ମୁଣ୍ଡରେ ବନ୍ୟା ଆଶଙ୍କା ସ୍ଥିତି ନଥିବା ସୂଚନା ଦିଆଯାଇଛି।ଗତ ୧୧ ତାରିଖରେ ହୀରାକୁଦ ଡ୍ୟାମରୁ ଦୁଇଟି ଗେଟ ଖୋଲାଯାଇ ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଥିଲା।ହୀରାକୁଦର ତଳ ମୁଣ୍ଡ ନଦୀରେ ଜଳସ୍ଥର କମ ଥିବାରୁ ବନ୍ୟାଜଳ ମୁଣ୍ଡଳୀରେ ପହଞ୍ଚିବା ବିଳମ୍ବ ହୋଇଥିବା ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀ ଅନନ୍ତ ଗୋପାଳ ପଟ୍ଟନାୟକ ପ୍ରକାଶ କରିଛନ୍ତି।