ପଡିଛି ଶନି ଦଶା

ନନ୍ଦନକାନନରେ ରେଡ୍ ଇଗୁୟାନା ଓ ଆନାକୋଣ୍ଡା ଅସୁସ୍ଥ

0 567

ବାରଙ୍ଗ,୮/୫ (ଏସଏସନିଉଜ) ନନ୍ଦନକାନନ କୁ ପଡିଛି ଏବେ ଶନି ଦଶା । ଦିନକୁ ଦିନ ଗୋଟିଏ ପରେ ଗୋଟିଏ ବିରଳ ଜୀବଜନ୍ତୁ ମରିବାରେ ଲାଗିଛି । କେତେବେଳେ ବାଘ ତ ଆଉ କେତେବେଳେ ସିଂହ । ପୁଣି ଭାଲୁ ଠୁ ଆରମ୍ଭ କରି ପକ୍ଷୀ ପର‌୍ୟ୍ୟନ୍ତ । ହେଲେ ମୃତ୍ୟୁ କୁ ରୋକ୍ ଲଗାଇବାରେ ବିଫଳ ହେଉଛନ୍ତି ନନ୍ଦନକାନନ କର୍ତ୍ତୁପକ୍ଷ । ଖାଲି ଏତିକି ନୁହେଁ କହିବାକୁ ଗଲେ ପ୍ରାଣୀଉଦ୍ୟାନ ନନ୍ଦନକାନନରେ ପ୍ରତିଦିନ କିଛି ନା କିଛି ଜୀବଜନ୍ତୁ ଅସୁସ୍ଥ ମଧ୍ୟ ହେଉଛନ୍ତି । ଚିକିତ୍ସା ବି ହେଉଛି । କାଁ ଭାଁ କିଏ ବଞ୍ଚୁଛି ତ ଆଉ କିଏ ଚିକିତ୍ସା ହୋଇ ମୃତ୍ୟୁ ବରଣ କରୁଛନ୍ତି । ଏକ ମାସ ମଧ୍ୟରେ ୧୦ ରୁ ଉର୍ଦ୍ଧ ମୃତ୍ୟୁ କରିଛନ୍ତି । ଏଠି ସାଧାରଣରେ ପ୍ରଶ୍ନ ଉଠେ , ଜୀବଜନ୍ତୁଙ୍କ ପାଇଁ ସରକାର ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି । ଉନ୍ନତମାନର ଚିକିତ୍ସା ପାଇଁ ସବୁପ୍ରକାରର ବ୍ୟବସ୍ଥା ମଧ୍ୟ କରିଛନ୍ତି । ହେଲେ ସବୁ ଫେଲ୍ ମାରୁଛି କାହିଁକି ?ନା ରକ୍ଷଣାବେକ୍ଷଣ ର ଅଭାବ ନା ରୋଗ ଚିହ୍ନିବାରେ ବିଫଳ ହେଉଛନ୍ତି ପଶୁଡାକ୍ତର । ନା କର୍ତ୍ତୁପକ୍ଷଙ୍କ ମନମାନୀ ।ନା ବିଭାଗୀୟ ରେଞରଙ୍କ ଠିକାଦରୀ ନିଶା ।ଏମିତି ଅନେକ ପ୍ରଶ୍ନ ସାଧାରଣରେ ଉଙ୍କି ମାରୁଥିବା ବେଳେ ପୁଣି ଏବେ ଅଣ୍ଡିର ରେଡ୍ ଇଗୁୟାନ(ବିଦେଶୀ ଏଣ୍ଡୁଅ)ଓ ଆନାକୋଣ୍ଡା ସାପ ଅସୁସ୍ଥ ଥିବା ଜଣାପଡିଛି । ଏଣ୍ଡୁଅ ଟି କିଛି ଖିଆପିଆ ନ କରି ଗୋଟିଏ ଜାଗାରେ ମୁହଁ ମାଡି ପଡି ରହିଥିବା ବେଳେ ଆନାକୋଣ୍ଡା ଏକମାସ ହେବ ନୀଳ ରଙ୍ଗର ଝାଡା ହେଉଥିବା ସୂଚନା ମିଳିଛି । ଡାକ୍ତର ଚିକିତ୍ସା କରିବା ପରେ ସୁସ୍ଥ ହୋଇଥିଲା ହେଲେ ପୁଣି ଯେମିତି କି ସେମିତି । ଏବେ ସପ୍ତାହହେବ ନୀଳ ଝାଡା ହେଉଥିବା ବିଷେଶସୁତ୍ରୁ ସୂଚନା ମିଳିଛି । ପ୍ରାଣୀଉଦ୍ୟାନରେ ଆନାକୋଣ୍ଡା ୫ ଟି ରହିଥିବା ବେଳେ ରେଡ୍ ଇଗୁୟାନ ୩ ଟି ଥିବା ସୂଚନା ମିଳିଛି ।

 

Leave A Reply

Your email address will not be published.