ପାଇକ ବିଦ୍ରୋହର ଗାଥା

ଖବର ଆଜିରତାରିଖ ୨୬-୦୭-୨୦୨୧/ସୋମବାର

0 288

୧-ଆଜିଠୁ ଖୋଲିବ ସ୍କୁଲ ଓ ହଷ୍ଟେଲ: ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ଆରମ୍ଭ ହେବ ପାଠପଢ଼ା, ସକାଳ ୧୦ଟାରୁ ଦିନ ସାଢ଼େ୧ଟା ଯାଏଁ ଚାଲିବ କ୍ଲାସ୍ ।
୨-IPL ରିଟର୍ଣ୍ଣସ୍ : ଦୁବାଇରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗସ୍ ମଧ୍ୟରେ ଆରମ୍ଭ ହେବ ଆଇପିଏଲର ଅବଶିଷ୍ଟ ମ୍ୟାଚ୍।
୩-ମୋଦୀଙ୍କ ମନର କଥାରେ ଓଡ଼ିଆ ଯୁବକଙ୍କୁ ପ୍ରଶଂସା । ସମ୍ବଲପୁରର ଇସକ ମୁଣ୍ଡାଙ୍କ କାହାଣୀ କହିଲେ ପ୍ରଧାନମନ୍ତ୍ରୀ ।
୪-ରାଜକୁନ୍ଦ୍ରାଙ୍କ ଫିଲ୍ମରେ ଅଭିନୟ କରି ଚର୍ଚ୍ଚାରେ ଓଡ଼ିଆ ହିରୋ ସେକ୍ସସ୍ପିୟର ତ୍ରିପାଠୀ,କହିଲେ, ଫିଲ୍ମରେ ନାହିଁ କୌଣସି ଅସୁବିଧା, ପରବର୍ତୀ ସ୍ଥିତିକୁ ସାମ୍ନା କରିବାକୁ ପ୍ରସ୍ତୁତ ।
୫-ଗ୍ୟାଙ୍ଗଷ୍ଟର ହାଇଦରର ଗାଁରେ ବଡ଼ଧରଣର ହଲଚଲ । କୌଣସି ଅପ୍ରିତିକର ପରିସ୍ଥିତିର ଆଶଙ୍କା କରି ପହରା ଦେଉଛି ପୁଲିସ୍, କେନ୍ଦ୍ରପଡ଼ା ସହର ସମେତ ୪ ପଂଚାୟତରେ ୧୪୪ ଧାରା ଲାଗୁ ।
୬–ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ପ୍ରସଙ୍ଗ-ବଲାଙ୍ଗିର ଲର୍କିପାଲି ଏଲଆଇ ଟ୍ରେନିଂ ସେଣ୍ଟରରେ ପୁଲିସର ତଦନ୍ତ। ଟ୍ରେନିଂ ସେଣ୍ଟରର ନିର୍ଦେଶକଙ୍କ ସମେତ ୪ଜଣଙ୍କୁ ପଚରା ଉଚୁରା। ବିଦ୍ୟାଭାରତୀଙ୍କ ବ୍ୟାଚଲର ପାର୍ଟି ନେଇ ପଚରାଉଚୁରା ସୂଚନା ।
୭–୪ ଦିନିଆ ଲଦାଖ ଓ ଜମ୍ମୁକାଶ୍ମୀର ଗସ୍ତରେ ଯାଇ ଆଜି ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଗ୍ରୀଷ୍ମ ରାଜଧାନୀ ଶ୍ରୀନଗରରେ ପହଞ୍ଚିଛନ୍ତି। ରାଷ୍ଟ୍ରପତି ଭାବେ ଚାରି ବର୍ଷ ପୂରଣ କରିଥିବା ଶ୍ରୀ କୋବିନ୍ଦଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଛି।
୮-ମେଡ଼ାଲ୍ ଅପେକ୍ଷାରେ ଭାରତ, ଷ୍ଟାର ବକ୍ସର ମ୍ୟାରି କମ୍ ୪-୧ରେ ବିଜୟୀ ହୋଇ ପରବର୍ତୀ ରାଉଣ୍ଡକୁ ପ୍ରବେଶ, ଟେବୁଲ ଟେନିସରେ ଦ୍ୱିତୀୟ ରାଉଣ୍ଡରେ ଜିତିଲେ ମନିକା ବାତ୍ରା .
୯-ସାନିଆ ଓ ଅଙ୍କିତା ୟୁକ୍ରେନ ର ଯାଆଁଳା ଭଉଣୀ ଙ୍କ ଠାରୁ ପରାସ୍ତ; ପି ଭି ସିନ୍ଧୁ ଙ୍କ ବିଜୟ ଅଭିଯାନ ଆରମ୍ଭ ।
୧୦-ମାଲକାନଗିରି ସୀମାନ୍ତରେ ଗୁଳିବିନିମୟ; ଜଣେ ନକ୍ସଲ ନିହତ, ବନ୍ଧୁକ ସହ ମାଓ ସାମଗ୍ରୀ ଜବତ
୧୧-ଭାରତୀୟ ସାଂସ୍କୃତିକ ନୃତ୍ୟ ପ୍ରତିଯୋଗିତାରେ ପ୍ରଥମ ପୁରସ୍କାର ପାଇଲା ଓଡିଶା । ପାଇକ ବିଦ୍ରୋହର ଗାଥାକୁ ନିଖୁଣ ଭାବେ ଦେଖାଇ ପ୍ରଥମ ହେଲା ନୃତ୍ୟ ନୈବେଦ୍ୟ । ପୁରସ୍କାର ଘୋଷଣା କଲେ ସାଂସଦ ସୋନାଲ ମାନସିଂହ ।
୧୨-ଓଡ଼ିଶା କ୍ରିକେଟ୍‌ର ବିଭିନ୍ନ ବର୍ଗର ପ୍ରଶିକ୍ଷକ ନିଯୁକ୍ତ: ଜାଫର ମୁଖ୍ୟ ପ୍ରଶିକ୍ଷକ; ରଶ୍ମିରଞ୍ଜନ ଜୁନିୟର ମୁଖ୍ୟ ପ୍ରଶିକ୍ଷକ ।
୧୩-ଶିଖର ସେନାର ଲଙ୍କା ବିଜୟ, ପ୍ରଥମ ଟି-୨୦ରେ ୩୮ ରନ୍‌ରେ ଜିତିଲା ଭାରତ ।ଶୁଭ ସକାଳ,ସୁପ୍ରଭାତ

Leave A Reply

Your email address will not be published.