ପାଇଖାନା ଘରେ ପଡ଼ି ଚେତାଶୂନ୍ୟ

ଡାକ୍ତରଖାନାରେ ଭର୍ତ୍ତି କଲା ନନ୍ଦନ କାନନ

ଭୁବନେଶ୍ୱର,୨୬।୭(ଏସଏସନିଉଜ)ରବିବାର ଦିହିପହର ସମୟରେ ନନ୍ଦନ କାନନ ବଜ୍ରକାପ୍ତା ପ୍ରଜନନ କେନ୍ଦ୍ରରେ କାର୍ଯ୍ୟରତ ଜଣେ କର୍ମଚାରୀପାଇଖାନା ଘରେ ପଡ଼ି ଅଚେତ୍ ହୋଇପଡ଼ିଥିଲେ।ଅନ୍ୟ କର୍ମଚାରୀ ମାନେ ଜାଣି କର୍ତ୍ତୃପକ୍ଷଙ୍କୁ ସୂଚନା ଦେବା ପରେ ତାଙ୍କୁ ଏକ ଘରୋଇ ଡାକ୍ତରଖାନାକୁ ଚିକିତ୍ସା ପାଇ ଭର୍ତ୍ତି କରାଯାଇଛି।
ପ୍ରକାଶ ଯେ,ନନ୍ଦନକାନନର ଡାକ୍ତରଖାନା ପରିସରରେ ଥିବା ବଜ୍ରକାପ୍ତା ପ୍ରଜନନ କେନ୍ଦ୍ରରେ
ପ୍ରଶାନ୍ତ ବେହେରା(ପିଣ୍ଟୁ)ନାମକଅସ୍ଥାୟୀ କର୍ମଚାରୀ ରବିବାର କାମ କରୁଥିଲେ।ଦିହିପହର ସମୟରେ ପରିସରରେ ଥିବା ପାଇଖାନା ଘରକୁ ଯାଇଥିବା ବେଳେ କୌଣସି କାରଣ ବଶଃତ ପିଣ୍ଟୁ ତଳେ ପଡ଼ିଯାଇ ଅଚେତ୍ ହୋଇପଡ଼ି ଗୁରୁତର ହୋଇପଡ଼ିଥିଲେ।ଅନ୍ୟ କର୍ମଚାରୀମାନେ ଏହା ଜାଣିପାରି ତାଙ୍କୁ ଉଧାର କରି କର୍ତ୍ତୃପକ୍ଷଙ୍କୁ ସୂଚନା ଦେଇଥିଲେ।ଏହାପରେ ନନ୍ଦନକାନନ ପକ୍ଷରୁ ତାଙ୍କୁ ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇ ଚିକିତ୍ସା ଆରମ୍ଭ କରାଯାଇଛି।

- Advertisement -

Leave A Reply

Your email address will not be published.