ପଳାସୁଣୀରେ ହେବ ଫୁଟ୍ ଓଭରବ୍ରିଜ

0 148

ଭୁବନେଶ୍ୱର,୨୭/୬(ଏସ ଏସ ନିଉଜ) ମରଣଯନ୍ତା ପାଲଟିଥିବା
ପଳାସୁଣୀ ଜାତୀୟ ରାଜପଥରେ ହେବ ଫୁଟ୍ ଓଭରବ୍ରିଜ ।ଏଥିପାଇଁ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଓ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଆଜି ଅନୁଧ୍ୟାନ କରି ଯାଇଛନ୍ତି । ଏହି ଜାତୀୟ ରାଜପଥରେ ବାରମ୍ବାର ଦୁର୍ଘଟଣା ଘଟି ଅନେକ ଧନ ଜୀବନ ନଷ୍ଟ ହେଉଥିବାରୁ ସ୍ଥାନୀୟ ଲୋକମାନେ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେଠାରେ ଗୋଟିଏ ଫୁଟ୍ ଓଭରବ୍ରିଜ ନିର୍ମାଣ ପାଇଁ ମଧ୍ୟ ଦାବି କରିଥିଲେ।ବିଧାୟକ ଏହାକୁ ଗୁରୁତର ସହିତ ଗ୍ରହଣ କରିବାସହ ଫୁଟ ଓଭରବ୍ରିଜର ପ୍ରାଥମିକ ପର୍ଯ୍ୟାୟ ସର୍ଭେ କାର୍ଯ୍ୟ ଏନ ଏଚ ଏ ଆଇ ( NHAI ) ର ବରିଷ୍ଠ ଅଧିକାରୀ ଓ ପୂର୍ତ୍ତ ବିଭାଗର ବରିଷ୍ଠ ଅଧିକାରୀମାନଙ୍କୁ ନେଇ ଅନୁଧ୍ୟାନ କରିଛନ୍ତି ।ଏହାସହ ଉପସ୍ଥିତ ଥିବା ଲୋକପ୍ରତିନିଧି ମାନଙ୍କ ସହ ଆଲୋଚନା କରିଛନ୍ତି ।

Leave A Reply

Your email address will not be published.