ପଞ୍ଚଭୂତରେ ଲୀନହେଲେ ଗୀତାମେହେଟା

0 85

ଭୁବନେଶ୍ୱର,୧୮ା୯(ଏସଏସନିଉଜ) ପ୍ରସିଦ୍ଧ ଲେଖିକା, ଚଳଚ୍ଚିତ୍ର ନିର୍ମାତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଭଉଣୀ ଗୀତା ମେହେଟାପଞ୍ଚଭୂତରେ ଲୀନ ହୋଇଛନ୍ତି ।ନୂଆଦିଲ୍ଲୀର ଲୋଧି ରୋଡସ୍ଥିତ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିବାବେଳେ ତାଙ୍କର ଏକମାତ୍ର ପୁତ୍ର ଆଦିତ୍ୟ ସିଂ ମେହେଟା ମୁଖାଗ୍ନି ଦେଇଛନ୍ତି। ଅନ୍ତିମ ସଂସ୍କାର ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବଡ଼ ଭାଇ ପ୍ରେମ ପଟ୍ଟନାୟକ , ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ସମେତ ବହୁରାଜନେତା ଶ୍ମଶାନ ଘାଟରେ ଉପସ୍ଥିତଥିଲେ ।ଗତ ଶନିବାର ରାତିରେ ଦକ୍ଷିଣ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଗୀତା ମେହେଟାଙ୍କ ମୁତ୍ୟୁ ହୋଇଥିଲା।

Leave A Reply

Your email address will not be published.