ପଞ୍ଚାୟତ ନିର୍ବାଚନ ପୂର୍ବରୁ ବଡ ଘୋଷଣା

0 260

ଭୁବନେଶ୍ୱର, ୧୯/୧(ଏସଏସନିୟୁଜ)ପଞ୍ଚାୟତ ନିର୍ବାଚନ ପୂର୍ବରୁ ବଡ ଘୋଷଣା କରିଛନ୍ତି ରାଜ୍ୟ ନିର୍ବାଚନ କମିସନ । ମଦ, ବନ୍ଧୁକ ଓ ଅସ୍ତ୍ରଶସ୍ତ୍ର ଉପରେ ନିଷେଧାଦେଶ ଜାରି କରାଯାଇଛି । ଯେଉଁ ସ୍ଥାନରେ ନିର୍ବାଚନ ହେବ ସେଠାରେ ୪୮ ଘଣ୍ଟା ପୂର୍ବରୁ ମଦ ବିକ୍ରି ଓ ମଦ୍ୟପାନ ଉପରେ କଟକଣା ଲାଗୁ କରାଯାଇଛି । ଏହା ସହିତ ବନ୍ଧୁକ ଓ ଅସ୍ତ୍ରଶସ୍ତ୍ର ବ୍ୟବହାର ଉପରେ ମଧ୍ୟ କଟକଣା ଲାଗୁ କରାଯାଇଛି । ଭୋଟ ହେବାର ୪୮ ଘଣ୍ଟା ପୂର୍ବ ସମୟ ଠାରୁ ଗୋଟିଏ ଦିନ ପରଯାଏଁ ମଦ ଉପରେ ନିଶେଧାଦେଶ ଲାଗୁ କରାଯାଇଛି । ଭୋଟ ଦେବା ପାଇଁ ସବୈତନିକ ଛୁଟି ମଧ୍ୟ ଘୋଷଣା କରାଯାଇଛି । ଫେବୃୟାରୀ୧ ତାରିଖରୁ ମାର୍ଚ୍ଚ ୧୪ ତାରିଖ ଯାଏଁ ଏହି କଟକଣା ଲାଗୁ କରାଯିବ ।

Leave A Reply

Your email address will not be published.